ଆଜି ପ୍ରକାଶ ପାଇପାରେ ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର,୧୩/୦୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇପାରେ । ମଧ୍ୟାହ୍ନ ୧୨ଟା ପରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଚର୍ଚ୍ଚା ହେଉଛି । ଏନେଇ ସିବିଏସ୍ଇ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ମାତ୍ର ଜାତୀୟ ଗଣମାଧ୍ୟମରେ ଏନେଇ ଚର୍ଚ୍ଚା ହେଉଛି ।ଗତବର୍ଷ ମେ’ ୧୩ ତାରିଖରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଫଳ ପ୍ରକାଶ ପାଇଥିଲା । ଚଳିତବର୍ଷ ଆଗୁଆ ଏପ୍ରିଲ୍ ୧୫ ତାରିଖରେ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇ ସାରିଛି । ଚଳିତବର୍ଷ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ୧୮ ଲକ୍ଷ ୫୯ ହଜାର ଛାତ୍ରଛାତ୍ରୀ ଦେଇଛନ୍ତି ।ଫେବ୍ରୁଆରୀ ୧୭ ତାରିଖରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା । ଡିଜି ଲକର ସୂଚନା ଅନୁଯାୟୀ, ଖୁବ୍ ଶୀଘ୍ର ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍ଇ ୱେବ୍ସାଇଟ୍ରେ ମଧ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ସିବିଏସ୍ଇ ଫଳ www.cbse.gov.in, www.results.in, results.digilocker.gov.in, umang.gov.in ରେ ପରୀକ୍ଷା ଫଳ ପ୍ରକାଶ ପାଇବ ।