ମହାକାଳପଡ଼ା, ୧୩/୦୫ : ମହାକାଳପଡ଼ା ବ୍ଲକ ବାରଡାଙ୍ଗ ପଂଚାୟତସ୍ଥ ନନ୍ତାର ଦଳିତ ସାହିରେ ନିରମଳିକ ଙ୍କ ନଡା ଛପର ଘର ଆକସ୍ମିକ ଅଗ୍ନିକାଣ୍ଡ ଫଳରେ ତୁହା କୁ ତୁହା ଜଳିବାର ଦେଖି ସାହି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି l ଦୁଇ ସପ୍ତାହ ତଳେ କେଉଁ ଅଜଣା କାରଣରୁ ନିର ମଳିକ ଙ୍କ ନଡା ଛପର ଘର ଜଳି ଯାଇଥିଲା l ଚାଳ ଛପର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ବାଉଁଶ ଦଲମ କିଛି ମାତ୍ରା ରେ ରହିଯାଇଥିଲା l ପାରେଶ୍ୱର ପୁର ଆରଆଇ ଖୋଲା ଆକାଶ ତଳେ ମୁଣ୍ଡ ଗୁଂଜିଥିବା ବିପନ୍ନ ପରିବାର କୁ ଦେଇଥିବା ପଲିଥିନ ପାଲ ଖଣ୍ଡକ ଦରପୋଡା ଦଲମ କୁ ପୁରା ଘୋଡାଇ ହେଉନାହିଁ l ଯାହା ଫଳରେ ପରିବାର ଲୋକେ ମୁଣ୍ଡ ଗୁଞ୍ଜିବା ପାଇଁ ବଳକା ଦଲମ ଉପରେ ନଡା ପକାଇ ଦୁର୍ବିସହ ଜୀବନ ବିତାଉଛନ୍ତି l ସେପଟେ କିଛି ଦିନ ଭିତରେ ସେହି ନଡା ଏକାଧିକ ବାର ଜଳିବା ରୁ ପରିବାର ଲୋକେ ନିଜ ଘର ଛାଡି ବାହାରେ ଆଶ୍ରୟ ନେଉଛନ୍ତି l ମଙ୍ଗଳବାର ପୂର୍ବାହ୍ନ ରେ ଘର ଛପର ପାଇଁ ଆଣିଥିବା ନଡା ଜଳିବାରୁ ସ୍ଥାନୀୟ ଲୋକେ ଆୟତ୍ତ କରିଥିଲେ l ପରବର୍ତ୍ତୀ ସମୟରେ ସେହି ନଡା ଜଳିବା ସହିତ ପାଖ ପଡୋଶୀ ମଥୁରୀ ମଳିକ ଓ ଲିଟୁମଳିକ ଙ୍କ ଛପର ଜଳିବାରୁ ଲୋକେ ଅଗ୍ନିଶମ ବାହିନୀ କୁ କଲ କରିଥିଲେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆକୁ ଆୟତ୍ତ କରିବା ପରେ ସଭିଙ୍କ ଉପସ୍ଥିତିରେ ନିର ମଳିକ ଙ୍କ ଚାଳ ର ନଡା ଜଳି ଧୂଆଁ ବାହାରିଥିଲା l ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ l ଅlଗ୍ନି୍କ ମାନେ ନିର ଘରକୁ ପାଣି ମାଡ଼ କରି ନିଆଁ ଓ ଧୂଆଁ କୁ ନିର୍ବାପିତ କରିଥିଲେ l ସର୍ବସମ୍ମୁଖରେ ଏଭଳି ଘଟଣାକୁ ନେଇ କିଛି ଲୋକେ ଭୌତିକ ଅଗ୍ନିକାଣ୍ଡ ବୋଲି କହୁଛନ୍ତି l ଅନ୍ୟ ଲୋକେ ଏହି ଆକସ୍ମିକ ଅଗ୍ନିକାଣ୍ଡ କୁ ବାହୁତି ବା ପେଷଣ ବୋଲି ବିଶ୍ୱାସ କରୁଛନ୍ତି l ଏଭଳି ଘଟଣା ଘଟୁଥିବା ସମୟରେ ଗୋଟିଏ ଡିହ ରେ ଘର କରି ରହୁଥିବା ନିର, ମଥୁରୀ ଓ ଲିଟୁ ଙ୍କ ପରିବାର ରେ ଝିଅ ହେଉ କି ବୋହୁ ମାନେ ଅଚେତ ହୋଇ ପଡିରହୁଛନ୍ତି l ଅଗ୍ନିନିର୍ବାପିତ ହେବା ପରେ ଅଚେତ ଝିଅ /ବୋହୁ ର ଚେତା ଫେରି ସୁସ୍ଥ ହେଉଛନ୍ତି l ଏସବୁ ଘଟଣା ନେଇ ଅଞ୍ଚଳ ରେ ବିଭିନ୍ନ ଚର୍ଚ୍ଚା ହେଉଛି l ବିପନ୍ନ ପରିବାର କୁ ପ୍ରଶାସନ ପୂର୍ଣ୍ଣ ସହଯୋଗୀ ହେବାକୁ ସ୍ଥାନୀୟ ପଂଚାୟତ ର ସରପଞ୍ଚ ଅରବିନ୍ଦ ଜେନା ଓ ୱାର୍ଡ ସଭ୍ୟ ସାଗର ମଳିକ ଦାବିକରନ୍ତି l