ଭୁବନେଶ୍ୱର, ୧୭/୦୫ : ଆସନ୍ତା ୨୫ରୁ ୨୮ ଯାଏଁ ଶ୍ରୀ କାନ୍ତିରଭା ଷ୍ଟାଡିୟମରେ ଅନୁଷ୍ଠିତ ହେବ ୮ତମ ଇଣ୍ଡିଆନ୍ ଓପନ୍ ପାରା ଆଥଲେଟିକ୍ସ ଆନ୍ତର୍ଜାତୀୟ ଚାମ୍ପିଅନସିପ୍ । ୨୦୨୬ ପାଇଁ ‘T-11’ ବର୍ଗରେ କିସ୍ ଛାତ୍ର ଯଦୁନାଥ ମାଝୀ ଓଡ଼ିଶା ଏବଂ ଭାରତକୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ଯଦୁନାଥ ୪ ଶହ ମିଟର, ୧୫ ଶହ ମିଟର ଏବଂ ୫ ହଜାର ମିଟର ଇଭେଣ୍ଟରେ ଅଂଶଗ୍ରହଣ କରିବେ । ଏହି ପ୍ରତିଷ୍ଠିତ ଚାମ୍ପିଅନସିପ୍ ‘ଆଇଚି-ନାଗୋୟା ୨୦୨୬ ଏସୀୟ ପାରା ଗେମ୍ସ’ ପାଇଁ ଏକ ଯୋଗ୍ୟତା ଏବଂ ରାଙ୍କିଂ ଇଭେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିବ । ଭାରତୀୟ ପାରାଅଲିମ୍ପିକ୍ କମିଟି ଏହି ଚାମ୍ପିଅନସିପରେ ଅଂଶଗ୍ରହଣକାରୀଙ୍କ ପାଇଁ ରହିବା, ଖାଇବା ଏବଂ ସ୍ଥାନୀୟ ପରିବହନ ସମସ୍ତ ଖର୍ଚ୍ଚ ବହନ କରିବ । ୬୦ ହଜାର ଟଙ୍କା ଜମା କରିବାକୁ ଥିବାବେଳେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯଦୁନାଥ ଓ ତାଙ୍କ ‘ଗାଇଡ୍ ରନର’, ଶୁଭାଶିଷ ଆର୍ଚଙ୍କ ପାଇଁ ୬୦ ହଜାର ଟଙ୍କା ସହାୟତା ଯୋଗାଇ ଦେଇଛନ୍ତି । ଯଦୁନାଥଙ୍କ ଏହି ସଫଳତାରେ କିଟ ଓ କିସ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସନ୍ତୋଷ ବ୍ୟକ୍ତ କରିବା ସହ ତାଙ୍କର ସଫଳତା କାମନା କରିଛନ୍ତି ।