ନୂଆଦିଲ୍ଲୀ, ୧୮/୦୫ : ପୁଣି ଜଣେ ଆମ ଆଦମୀ ପାର୍ଟି ନେତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)। ଗୋଆ ବାସଭବନରେ ଚଢ଼ାଉ ଜାରି ରହିଛି। ଆଗକୁ ଗୋଆ ନିର୍ବାଚନ ଥିବାବେଳେ ଗୋଆ ସହ ଜଡ଼ିତ ଜଣେ ଆପ ନେତାଙ୍କ ଘରେ ଇଡ଼ି ଚଢ଼ାଉ କରିଛି। ସୋମବାର ଭୋରରୁ, ଆପ ଗୋଆ ସହ-ପ୍ରଭାରୀ ଦୀପକ ସିଙ୍ଗଲାଙ୍କ ବାସଭବନ ଏବଂ ଗୋଆରେ କିଛି ସ୍ୱେଚ୍ଛାସେବକଙ୍କ ଘରେ ଇଡି ଚଢାଉ କରିଛି। ଖବର ଅନୁଯାୟୀ ତାଙ୍କର ଦିଲ୍ଲୀ ଏବଂ ଗୋଆ ସ୍ଥିତ ବାସଭବନରେ ଚଢାଉ କରାଯାଇଛି। ଉତ୍ତର ଗୋଆର ଗୋଟିଏ ଫ୍ଲାଟରେ ତଲାସୀ କରାଯାଇଛି। ଯେଉଁଠାରେ ଆପର ସଂଗଠନ ଦଳର କିଛି ସଦସ୍ୟ ରୁହନ୍ତି। ଶ୍ରୀ ସିଙ୍ଗଲା ୨୦୨୫ ଏବଂ ୨୦୨୦ରେ ଆପ ଟିକେଟରେ ବିଶ୍ୱାସ ନଗର ଆସନରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଲଢ଼ିଥିଲେ। ୨୦୨୪ ମସିହାର ଏକ ବ୍ୟାଙ୍କ ଠକେଇ ମାମଲା ସହ ଜଡିତ ମନି ଲଣ୍ଡରିଂ ତଦନ୍ତ ପାଇଁ ତାଙ୍କ ବାସଭବନରେ ଇଡି ତଲାସି କରିଥିଲା।