ପାଞ୍ଚହଜାର ଟଙ୍କା ଲାଞ୍ଚ ନେଲା ବେଳେ ପ୍ରଧାନ ଶିକ୍ଷକଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ମହାକାଳପଡ଼ା, ୧୯/୦୫ : ମହାକାଳପଡ଼ା ବ୍ଲକ ଅଧୀନ ଯୁଗରୂପା ବିଦ୍ୟାଭବନ, ଚଡ଼ାଇଗୁଆଁ ର ପ୍ରଧାନ ଶିକ୍ଷକ ରଘୁନାଥ ଦାସ ସ୍କୁଲ ରେ ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ଦରମା କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ମାଡ଼ିବସିଲା ଭିଜିଲାସନ୍ସ ଟିମ ଲ ସୂଚନାରୁ ପ୍ରକାଶ ସ୍ଥାନୀୟ ମହିଳା ଗୋଷ୍ଠୀ ଯୋଗେ ସମ୍ପୃକ୍ତ ବିଦ୍ୟାଳୟ ରେ ଦୁଇ ଜଣ କର୍ମଚାରୀ ଆଉଟ ସୋର୍ସିଙ୍ଗ ରେ କାର୍ଯ୍ୟକରୁଛନ୍ତି l କାର୍ଯ୍ୟରତ ଠିକାକର୍ମଚାରୀଙ୍କ ଉପସ୍ଥାନ ଓ ଦରମା କରାଇଦେବା ପାଇଁ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଲାଞ୍ଚ ମାଗୁଥିଲେ l ତଦନୁଯାୟୀ ସୋମବାର ପୂର୍ବାହ୍ନ ରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିସର ରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ପ୍ରସ୍ତୁତି ଅନୁଯାୟୀ କଟକ ଭିଜିଲାନ୍ସ ଟିମ ମାଡ଼ିବସିଥିଲା l ଗିରଫ ଶିକ୍ଷକ ଙ୍କ ନିକଟରୁ ୫୦୦୦ ଲାଞ୍ଚ ଟଙ୍କା ଜବତ କରି ଥିଲେ ଭିଜିଲାନ୍ସ ଅଧିକାରୀ l ପରେ ଚଢ଼ାଉ ବେଳେ ବାଲଣାସ୍ଥିତ ବାସ ଭବନରୁ ଆବଶ୍ୟକତା ଠାରୁ ଅଧିକ ପରିମାଣର ଟଙ୍କା ଓ ସୁନାମିଳିଥିବାର ଜଣାପଡିଛି l ଲାଞ୍ଚ ନେଉଥିବା ଅଭିଯୋଗ ମୂଳେ କେଶ ନଂ ୨୦/୨୬ମାମଲା ରୁଜୁ କରିବା ସହିତଅଧିକ ଅନୁସନ୍ଧାନ ଜାରିରଖିଛି ଭିଜିଲାନ୍ସ ଟିମ l