ଦେଶରେ ପୁଣି ମହଙ୍ଗା ହେଲା ପେଟ୍ରୋଲ ଓ ଡିଜେଲ

ଭୁବନେଶ୍ୱର, ୨୫/୦୫ : ଦେଶରେ ପୁଣି ଚତୁର୍ଥ ଥର ପାଇଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର । ଚଳିତ ମାସରେ ଚତୁର୍ଥ ଥର ବଢ଼ିଲା ତେଲ ଦର । ପେଟ୍ରୋଲ ଲିଟର ପିଛା ୨ଟଙ୍କା ୬୧ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୭୧ ପଇସା ବୃଦ୍ଧି ପାଇଛି । ଭୁବନେଶ୍ଵରର ପେଟ୍ରୋଲ ଲିଟର ୧୦୮ ଟଙ୍କା ୯୭ ଟଙ୍କା ଓ ଡିଜେଲ ୧୦୦ ଟଙ୍କା ୬୮ଟଙ୍କା ଛୁଇଁଛି । ବିଶ୍ୱ ବଜାରରେ ଅଶୋଧିତ ତେଲର ମୂଲ୍ୟ କ୍ରମାଗତ ଭାବେ ବଢୁଛି। ଦର ବୃଦ୍ଧି ପରେ ସାଧାରଣ ଗ୍ରାହକ ଓ ପରିବହନ କ୍ଷେତ୍ର ଉପରେ ଆର୍ଥିକ ବୋଝ ପଡ଼ିବ । ପଶ୍ଚିମ ଏସିଆରେ ଦେଖାଦେଇଥିବା ଭୂ-ରାଜନୈତିକ ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର କ୍ରମାଗତ ଭାବେ ବଢୁଥିବାରୁ ଏହାର ପ୍ରଭାବ ଘରୋଇ ବଜାର ଉପରେ ପଡ଼ିଛି । ଚଳିତ ମାସରେ ଖୁଚୁରା ଜାଳେଣି ଦରରେ ଏହା ହେଉଛି ଚତୁର୍ଥ ବଡ଼ ବୃଦ୍ଧି । ତେଲ ଡିଲରମାନଙ୍କ ସୂଚନା ଅନୁସାରେ ନୂଆଦିଲ୍ଲୀରେ ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଲିଟର ୧୦୨ ଟଙ୍କା ୧୨ ପଇସା ଓ ଡିଜେଲ ମୂଲ୍ୟ ୯୫ ଟଙ୍କା ୨୦ପଇସା ଛୁଇଁଛି ।