ନୂଆଦିଲ୍ଲୀ, ୨୫/୦୫ : ଦକ୍ଷିଣ ଭାରତୀୟ ସିନେମାର ‘ଗ୍ଲୋବାଲ ଷ୍ଟାର’ ରାମ ଚରଣ ବର୍ତ୍ତମାନ ଚର୍ଚ୍ଚାରେ । କିନ୍ତୁ ଏଥର ଚର୍ଚ୍ଚାର କାରଣ କୌଣସି ଆୱାର୍ଡ ନୁହେଁ, ବରଂ ଭାରତୀୟ ଷ୍ଟାର କ୍ରିକେଟର ଜସପ୍ରୀତ ବୁମରାଙ୍କୁ ନେଇ ସେ କରିଥିବା ଏକ ଭୁଲ । ନିଜର ଆଗାମୀ ଫିଲ୍ମ ‘ପେଦ୍ଦି’ର ପ୍ରମୋସନ ସମୟରେ ରାମ ଚରଣ ଭୁଲବଶତଃ ବୁମରାଙ୍କୁ ଜଣେ କ୍ରିକେଟର ପରିବର୍ତ୍ତେ ଫୁଟବଲର ବୋଲି କହିଦେଇଥିଲେ । ଏହି ଘଟଣା ପାଇଁ ସେ ଏବେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି।