ଭୁବନେଶ୍ୱର, ୨୯/୦୫ : ଜୁନ୍ ମାସ ଆରମ୍ଭ ହେବରକୁ ଯାଉଛି । ପ୍ରତି ମାସ ପରି, ପରବର୍ତ୍ତୀ ମାସରେ ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି, ଯାହା ପ୍ରଥମ ଦିନରୁ କାର୍ଯ୍ୟକାରୀ ହେବ । ଏହାର ପ୍ରଭାବ ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକଙ୍କ ଚିନ୍ତା ବଢ଼ାଇବ । କାରଣ ଏହା ରୋଷେଇ ଘରଠାରୁ ବ୍ୟାଙ୍କ ଜମା ପର୍ଯ୍ୟନ୍ତ ସବୁକିଛି ସାମିଲ୍ ଅଛି । ଏହି ପରିବର୍ତ୍ତନଗୁଡ଼ିକରେ LPG ସିଲିଣ୍ଡର ମୂଲ୍ୟଠାରୁ ATF ମୂଲ୍ୟ ପର୍ଯ୍ୟନ୍ତ ସବୁକିଛି ରହିଛି, ଯାହା ବିମାନ ଯାତ୍ରାକୁ ମଧ୍ୟ ପ୍ରଭାବିତ କରିବ । ଏହା ବ୍ୟତୀତ, ସୌର ପ୍ୟାନେଲ୍ ମୂଲ୍ୟ ବୃଦ୍ଧି ପାଇପାରେ । ତେବେ ଆସନ୍ତୁ ଏପରି ପାଞ୍ଚଟି ବଡ଼ ପରିବର୍ତ୍ତନ ବିଷୟରେ ଜାଣିବା, ଯାହା ୧ ଜୁନ୍ ୨୦୨୬ ରୁ କାର୍ଯ୍ୟକାରୀ ହେବ ।
LPG ସିଲିଣ୍ଡର ମୂଲ୍ୟ: ପ୍ରତି ମାସର ପ୍ରଥମ ଦିନରେ, ଅଏଲ୍ ମାର୍କେଟେିଂ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରନ୍ତି ଏବଂ ନୂଆ ଦର ଜାରି କରନ୍ତି । ଜୁନ୍ ପହିଲାରେ ମଧ୍ୟ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଦେଖାଯାଇପାରେ । ମଧ୍ୟପ୍ରାଚ୍ୟ ସଙ୍କଟ ଯୋଗୁଁ, ଗତ କିଛି ମାସ ମଧ୍ୟରେ ସିଲିଣ୍ଡର ମୂଲ୍ୟ ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ, ଦିଲ୍ଲୀରେ ୧୪ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ୯୧୩ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ୧୯ କିଲୋଗ୍ରାମ କମରସିଆଲ୍ ସିଲିଣ୍ଡର ୨,୦୭୮ ଟଙ୍କାରେ ଉପଲବ୍ଧ ।
ATF ର ପ୍ରାଇସ୍: କେବଳ LPG ସିଲିଣ୍ଡର ପାଇଁ ନୁହେଁ ବରଂ ଅଏଲ୍ କମ୍ପାନୀଗୁଡ଼ିକ ପ୍ରତି ମାସର ପ୍ରଥମ ତାରିଖରେ ଏୟାର ଟର୍ବାଇନ୍ ଇନ୍ଧନ (ATF) ର ମୂଲ୍ୟ ସଂଶୋଧନ କରନ୍ତି । ଏହି ମୂଲ୍ୟରେ ଯେକୌଣସି ପରିବର୍ତ୍ତନ ସିଧାସଳଖ ବିମାନ ଯାତ୍ରୀଙ୍କ ପକେଟକୁ ପ୍ରଭାବିତ କରେ । ମଧ୍ୟପ୍ରାଚ୍ୟ ଉତ୍ତେଜନା ଦ୍ୱାରା ମଧ୍ୟ ଏହି ମୂଲ୍ୟ ଗୁରୁତ୍ୱପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ଏବଂ ବର୍ତ୍ତମାନ, ଦିଲ୍ଲୀରେ ଜେଟ୍ ଇନ୍ଧନର ମୂଲ୍ୟ ପ୍ରତି କିଲୋଲିଟର ରହିଛି ୧୦୪,୯୨୭ ଟଙ୍କା ।
HDFC ବ୍ୟାଙ୍କ ନିୟମ: ୧ ଜୁନ୍, ୨୦୨୬ ଠାରୁ, HDFC ବ୍ୟାଙ୍କ ଏହାର କରେଣ୍ଟ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ଅନେକ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରିବ । ବ୍ୟାଙ୍କର ୱେବସାଇଟରେ ଥିବା ସୂଚନା ଅନୁଯାୟୀ, ଜୁନ୍ ୧ ତାରିଖରୁ ଛୋଟ ନୋଟ୍ ଏବଂ କ୍ୟାସ୍ ଡିପୋଜିଟ୍ ଉପରେ ଏକ ନୂଆ ଲିମିଟ୍ ସହିତ ଏକ ନୂଆ ଚାର୍ଜ ମଧ୍ୟ ଲାଗୁ ହେବ । ଏପର୍ଯ୍ୟନ୍ତ, ଏହି ଛୋଟ ନୋଟଗୁଡ଼ିକର କ୍ୟାସ୍ ଡିପୋଜିଟ୍ ଉପରେ କୌଣସି ମନ୍ଥଲି ଲିମିଟ୍ ନଥିଲା, କିନ୍ତୁ ନୋଟ୍ ଡିପୋଜିଟ୍ ଉପରେ ପ୍ରାୟ ୪% ଏବଂ କଏନ ଡିପୋଜିଟ୍ ଉପରେ ପ୍ରାୟ ୫% ଚାର୍ଜ ଲାଗୁ ହେଉଥିଲା । ଏହା ଏବେ ପରିବର୍ତ୍ତନ ହେଉଛି । ବ୍ୟାଙ୍କ ଅନୁସାରେ, ନୂଆ ନିୟମ ଅନୁଯାୟୀ, ୨୦ ଟଙ୍କା କିମ୍ବା ତା’ଠାରୁ କମ୍ ମୂଲ୍ୟର ନୋଟ୍ ପାଇଁ ଲିମିଟ୍ ପ୍ରତି ମାସରେ ୧୦,୦୦୦ ହୋଇଥିବାବେଳେ କଏନ୍ ପାଇଁ ଲିମିଟ୍ ପ୍ରତି ମାସରେ ୫,୦୦୦ ଟଙ୍କା ହେବ । ଏହି ଲିମିଟଠାରୁ ଅଧିକ କ୍ୟାସ ଡିପୋଜିଟ୍ ପାଇଁ ଆଡିସ୍ନାଲ୍ ୨% ଚାର୍ଜ ଦେବାକୁ ପଡିବ ।
ସୋଲାର ପ୍ୟାନେଲ ନୂଆ ନିୟମ: ଚତୁର୍ଥ ପରିବର୍ତ୍ତନ ହେଉଛି ସୋଲାର ପ୍ୟାନେଲ । ଯାହା ଜୁନ୍ ୧ ତାରିଖରୁ କାର୍ଯ୍ୟକାରୀ ହେଉଛି । ଜୁନ୍ ୧ ତାରିଖ ୨୦୨୬ ଠାରୁ, ସୋଲାର ପ୍ୟାନେଲ ପାଇଁ ଆପ୍ରୁଭ୍ଡ ମଡେଲ ଏବଂ ମେନୁଫେକଚର ଲିଷ୍ଟ ଭାଲିଡ୍ ହେବ । ଏହାର କାର୍ଯ୍ୟାନ୍ୱୟନ ସହିତ, କେବଳ ଏହି ଲିଷ୍ଟରେ ସାମିଲ୍ ସୋଲାର ମଡ୍ୟୁଲ୍ ଏବଂ ସେଲ୍ ସରକାରୀ ଯୋଜନା ଏବଂ ଅନ୍ୟାନ୍ୟ ସବସିଡି ପ୍ରକଳ୍ପରେ ବ୍ୟବହାର କରାଯିବ । ସେମାନଙ୍କର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି ଏବଂ ସୋଲାର ପ୍ୟାନେଲ ମୂଲ୍ୟ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ବ୍ୟାଙ୍କ ଛୁଟି: ଜୁନ୍ ମାସରେ ଅନେକ ବ୍ୟାଙ୍କ ଛୁଟି ରହିଛି । ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ ବ୍ୟାଙ୍କଗୁଡ଼ିକ ମହରମ୍ ଠାରୁ ସନ୍ଥ ଗୁରୁ କବୀର ଜୟନ୍ତୀ ପର୍ଯ୍ୟନ୍ତ ଛୁଟି ପାଳନ କରିବେ। RBI ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ, ସପ୍ତାହର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର, ରବିବାର ସାପ୍ତାହିକ ଛୁଟି ସହିତ ଏବଂ ଜୁନ୍ ୧୫, ୨୫, ୨୬, ୨୯ ଏବଂ ୩୦ ତାରିଖରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଦୟାକରି ଧ୍ୟାନ ଦିଅନ୍ତୁ ଯେ ରାଜ୍ୟ ଅନୁସାରେ ବ୍ୟାଙ୍କ ଛୁଟି ଭିନ୍ନ ହୋଇପାରେ । ଏହି ଛୁଟି ସମୟରେ ଅନଲାଇନ୍ ବ୍ୟାଙ୍କିଂ 24×7 ଉପଲବ୍ଧ ରହିବ ।