କିଛି ଫଳ ଅଛି ଯାହା ଖରାଗରମ ପାଇଁ ଲାଭଦାୟୀ ହୋଇଥାଏ । କେବଳ ପାଟିକୁ ସ୍ବାଦିଷ୍ଟ ଲାଗି ନଥାଏ ବରଂ ସ୍ବାସ୍ଥ୍ୟକୁ ମଧ୍ୟ ଭଲ ରଖିବାରେ ସାହାଯ୍ୟ କରିଥାଏ । କିଛି ଫଳ ଅଛି ଯାହାକୁ ବିଶେଷ କରି ଖରାଦିନେ ଖିଆଯାଏ । ଯାହା ଖାଇବା ଖୁବ୍ ଫଳପ୍ରଦ ହୋଇଥାଏ । ଏହାର ସେକ ମଧ୍ୟ ଲାଭଦାୟକ ।
ସେହି ସବୁ ଫଳ ମଧ୍ୟରୁ ସପେଟା ହେଉଛି ଅନ୍ୟତମ । ଯାହା ଖରାଦିନେ ଖୁବ୍ ସହଜରେ ମାର୍କେଟରେ ମିଳିଯାଇଥାଏ । ଏହା ପାଟିକୁ ମିଠା ମିଠା ଲାଗିବା ସହ ସ୍ବାସ୍ଥ୍ୟ ପାଇଁ ରାମବାଣ ଭଳି କାମ କରିଥାଏ । ସାଧାରଣତଃ ପିଲାଠୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ସମସ୍ତେ ଏହି ଫଳ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଏଥିରେ ଥିବା ଅନେକ ତତ୍ତ୍ବ ଆମ ସ୍ବାସ୍ଥ୍ୟ ସମସ୍ୟାକୁ ଚୁଟକିରେ ଦୂର କରିବାରେ ସାହାଯ୍ୟ କରିଥାଏ । ଖାଲି ସପେଟାରେ ନୁହେଁ ବରଂ ଏହାର ଚୋପ ମଧ୍ୟ ଗୁଣକାରୀ । ଏଥିରେ ଭରପୁର ମାତ୍ରାର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ । ସପେଟାକୁ ପୋଷକ ତ୍ତ୍ବର ଭଣ୍ଡାର ବୋଲି କୁହାଯାଏ । କାହିଁକିନା ଏଥିରେ ଭିଟାମିନ, ମିନେରାଲ୍ସ ଏବଂ ଫାଇବର ଭଳି ପୋଷକ ତତ୍ତ୍ବର ଗୁଣ ଭରପୁର ମାତ୍ରାର ଥାଏ । ତେଣୁ ଏହାକୁ ଖରାଦିନେ ଖାଇବା ଖୁବ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଏହାକୁ ଖରାଦିନେ ଖାଇଲେ କେଉଁ ସବୁ ସମସ୍ୟା ଦୂର ହୋଇଥାଏ ସେ ସମ୍ପର୍କରେ ଜାଣିବା ।
ଓଜନକୁ ବୃଦ୍ଧି କରେ : ଯଦି ଆପଣ ପତଳା ହେବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ସପେଟା ଆପଣଙ୍କ ପାଇଁ ଭଲ ହେବ । ଏହା କମ୍ କ୍ୟାଲୋରୀଯୁକ୍ତ । କିନ୍ତୁ ଏଥିରେ ଥିବା ପ୍ରାକୃତିକ ଚିନି ଥାଏ । ଯାହା ଓଜନ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଏଥିସହ ଏହା ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।
କୋଷ୍ଠକାଠିନ୍ୟରୁ ମୁକ୍ତି ଦିଏ : ସପେଟା କୋଷ୍ଠକାଠିନ୍ୟ ଭଳି ସମସ୍ୟା ପାଇଁ ଏକ ଭଲ ଉତ୍ସ । ଯାହାକୁ ଖାଇବା ଦ୍ବାରା ଏହି ସମସ୍ୟାକୂ ଦୂର କରିଥାଏ ।
ଚର୍ମ ଏବଂ କେଶ ପାଇଁ ଲାଭଦାୟକ : ସପେଟା ଚର୍ମର ଯତ୍ନ ନିଏ ଏବଂ କେଶ ବୃଦ୍ଧି କରେ। କେଶ ଝଡ଼ିବା ଭଳି ସମସ୍ୟାକୁ ରୋକି କେଶର ଘନତ୍ବ ବୃଦ୍ଧି କରେ । କେଶ ପାଇଁ ଏହା ପ୍ରଭାବଶାଳୀ । ସପେଟାରେ ମଧ୍ୟ ଭଲ ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଥାଏ । ତେଣୁ, ଏହା ଫ୍ରି ରାଡିକାଲ୍ସକୁ ଦୂର କରି ମୁହଁର କୁଞ୍ଚନକୁ ହ୍ରାସ କରିଥାଏ । ଯାହାଦ୍ବାରା ବାର୍ଦ୍ଧକ୍ୟତା ରୋକାଯାଇପାରିବ । ଏହା ଖାଇବା ଫଳରେ ତ୍ବଚାକୁ ଉଜ୍ବଳ କରିବା ସହ ଚର୍ମକୁ ସୁସ୍ଥ ରଖିଥାଏ ।
ପାଚନ ଶକ୍ତି : ଖରାଦିନେ ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖାଦେଇଥାଏ । ଖରାଦିନେ ସପେଟା ଖାଇବା ଦ୍ବାରା ଅନେକ ଲାଭପ୍ରଦ ହୋଇଥାଏ । ସପେଟାରେ ଫାଇବର ଗୁଣ ଥିବାରୁ ସଠିକ୍ ପାଚନ ପ୍ରକ୍ରିୟାରେ ସାହାଯ୍ୟ କରିଥାଏ । କୋଷ୍ଠକାଠିନ୍ୟକୁ ରୋକିଥାଏ ।
ହାଡ ମଜବୁତ : ସପେଟାରୁ କ୍ୟାଲସିୟମ, ଫସଫରସ ଏବଂ ମ୍ୟାଗ୍ନେସିୟମର ମାତ୍ରା ରହିଥାଏ । ଏହା ଖାଇବା ହାଡ ପାଇଁ ମହତ୍ତ୍ବପୂର୍ଣ୍ଣ ହୋଇଥାଏ । ଉପଯୁକ୍ତ ପୋଷଣ ପାଇଁ ହାଡକୁ ମଜବୁତ ରଖିଥାଏ । ହାଡ ମଜବୁତ ପାଇଁ ଅନେକ ଜିନିଷ ଖାଇବା ସହିତ ସପେଟାକୁ ମଧ୍ୟ ଆଡ କରିପାରିବେ ।
ସୁସ୍ଥ ଆଖି : ସପେଟାରେ ଭିଟାମିନ ଏ ଥିବାରୁ ଆଖିକୁ ସୁସ୍ଥ ରଖେ । ଏଥିରେ ବିଟା-କ୍ୟାରୋଟିନ ଥାଏ । ଯାହା ଦୃଷ୍ଟି ଶକ୍ତିକୁ ଭଲ ରଖିଥାଏ । ବୟସ ବୃଦ୍ଧି ହେବା ସହିତ ଆଖିର ଦୃଶକ୍ତି ଶକ୍ତିକୁ ବଜାୟ ରଖିଥାଏ ।