୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ : ୩ ଗିରଫ

ଭୁବନେଶ୍ୱର, ୦୩/୦୬ : ଗଜପତି ଜିଲ୍ଲା ଅଡବା ପୁଲିସକୁ ମିଳିଛି ବଡ଼ ସଫଳତା। ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ଧରିଲା ପୁଲିସ। ଘଟଣା ଅନୁସାରେ ଉକ୍ତ ଚାଲାଣ ଯୋଜନା ଖବର ଜାଣି ପେଟ୍ରୋଲିଙ୍ଗ କରୁଥିବା ବେଳେ ରାଇପଙ୍କା ଗାଁ ନିକଟ ଜାତୀୟ ରାଜପଥରେ ଏକ ଦାମୀ କାରକୁ ଅଟକାଇ ଯାଞ୍ଚ କରିଥିଲା ପୁଲିସ। ଯାଞ୍ଚ ବେଳେ କାର ଭିତରୁ ବିପୁଳ ପରିମାଣର ଗଞ୍ଜେଇ ବାହାରିଥିଲା। ୮ଟି ଜରି ଅଖାରେ ଭର୍ତ୍ତି ହୋଇଥିବା ଜବତ ଗଞ୍ଜେଇ ଜବତ ହୋଇଥିଲା। ମାଜିଷ୍ଟ୍ରେଟ୍ ରାଜେନ୍ଦ୍ର ପ୍ରସାଦ ଭୂୟାଁଙ୍କ ଉପସ୍ଥିତିରେ ଓଜନ କରାଯିବାରୁ ତାହାର ପରିମାଣ ୨ ଶହ କିଲୋ ହୋଇଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।