କାର୍ଯ୍ୟନିର୍ବାହୀ ଏଜେନ୍ସି ଙ୍କ ମନମାନିରୁ ତ୍ବରାନ୍ୱିତ ହେଉନି ବିଜୁ ସେତୁ ଆପ୍ରୋଚ ରୋଡ଼ କାର୍ଯ୍ୟ

ମହାକାଳପଡ଼ା, ୦୬/୦୬ : ମହାକାଳପଡ଼ା ଆରଡ଼ି ଉପଖଣ୍ଡ ଅଧୀନ ସଦର ମହାକାଳପଡ଼ା ସେକ୍ସନ ଅନ୍ତର୍ଗତ ମହାକାଳପଡ଼ା ଡ଼ାକବଙ୍ଗଳା ନିକଟରେ ଜମ୍ବୁ – ମାର୍ଶାଘାଈ କେନାଲ ଉପରେ ଜନତା ଙ୍କ ଯାତାୟାତ ସୁବିଧା ନିମନ୍ତେ ତତ୍କାଳୀନ ରାଜ୍ୟ ସରକାର ବିଜୁ ସେତୁ ନିର୍ମାଣ କରାଇଥିଲେ l ୨କୋଟି ଅଟକଳ ରାଶି ରେ ବିଜୁ ସେତୁ କାର୍ଯ୍ୟ ସାରିବା ପରେ କାର୍ଯ୍ୟନିର୍ବାହୀ ଏଜେନ୍ସି ସେତୁ କାର୍ଯ୍ୟ ସାରିବାର ବର୍ଷ ପରେ ବର୍ଷ ବିତୁଥିଲେ ଵି ଆପ୍ରୋଚ ରୋଡ଼ କାର୍ଯ୍ୟ ତ୍ବରାନ୍ୱିତ ହୋଇପାରିନାହିଁ l ଆପ୍ରୋଚ ରୋଡ଼ ନିମନ୍ତେ ୨. ୫କୋଟି ବିଭାଗୀୟ କର୍ତ୍ତୃପକ୍ଷ ଅଟକଳ ରାଶି ଧାର୍ଯ୍ୟ କରାଇଥିଲେ ଵି ଆପ୍ରୋଚ କାର୍ଯ୍ୟ ମନ୍ଥରିତ ହେଊଛି l ବିଭାଗୀୟ ତପ୍ତରତା ଅଭାବରୁ ଦୁଇବର୍ଷ ରୁ ଅଧିକ ଦିନ ପରେ ସେତୁ କୁ ସଂଯୋଗ କରୁଥିବା ତିନି ଆପ୍ରୋଚ ରାସ୍ତା ର ପ୍ରୋଟେକ୍ସନ ୱାଲ କାର୍ଯ୍ୟ ସlରିଛି ନିର୍ବାହୀ ଏଜେନ୍ସି l ୱାଲ କାର୍ଯ୍ୟ ସମୟରେ ଲୋକେ ତହସିଲ, ବ୍ଲକ ବିଦ୍ୟୁତ ଉପଖଣ୍ଡ କାର୍ଯ୍ୟାଳୟ କୁ ଏହି ମୁଖ୍ୟ ରାସ୍ତା ଦେଇ କଷ୍ଟ ର ସହିତ ଯିବା ଆସିବା ସମ୍ଭବ ହେଉଥିଲା l ମାତ୍ର ଚଳିତ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ କାର୍ଯ୍ୟନିର୍ବାହୀ ଏଜେନ୍ସି ପ୍ରୋଟେକ୍ସନ ୱାଲ ମଝିରେ ମାଟି ଓ ବାଲି ପକାଇ ଚୁପ ବସିଛି l ସେହି ମୁଖ୍ୟ ରାସ୍ତା ରେ ଯାତାୟାତ ବ୍ୟାହତ ହେବାରୁ ଲୋକେ କହିବା ପରେ ଏଜେନ୍ସି ଥା ମା ଭାବେ ପ୍ରୋଟେକ୍ସନ ୱାଲ ବାହାରେ ଗୋଟେ ଅଣଓସାରିଆ ସାଇଡକଚ୍ଚା ରୋଡ଼ ପ୍ରସ୍ତୁତି କରାଇ ନିରବ ରହିଛି l ଯାହା ଫଳରେ ବର୍ଷା ଅସରାଏ ହେଲେ ସାଇଡ କଚା ରୋଡ଼ ଦୁର୍ବିସହ ହୋଇପଡୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଶାନ୍ତି ବୃଦ୍ଧି ପାଉଛି l
ବର୍ଷା ହେଲେ କେତେବେଳେ ବାଇକ ଆରୋହୀ ତ ଆଉ କେଉଁ ସମୟରେ ସାଧାରଣ ପଦଚାରୀ କୁ ଚପଲ ଧରି ଯିବାକୁ ପଡୁଛି l.ବିଭାଗୀୟ ସେକ୍ସନ ଅଧିକାରୀ ବର୍ଷା ଋତୁ ପୂର୍ବରୁ ଆପ୍ରୋଚ ରୋଡ଼ କାର୍ଯ୍ୟ ସାରିବାକୁ ସ୍ଥାନୀୟ ଲୋକଙ୍କ ସମ୍ମୁଖରେ ପ୍ରତିଶୃତି ରଖିଥିଲେ l ହେଲେ ମେ ମାସ ପରେ ଆପ୍ରୋଚ ରୋଡ଼ କାର୍ଯ୍ୟ ପାଦେ ଵି ଆଗକୁ ବଢିନି l ଆଗକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଲେ ମୁଖ୍ୟ ରାସ୍ତା ରେ ଯାତାୟାତ ପୁରାଠପ ହୋଇଯିବ l ଏନେଇ ନିର୍ବାହୀ ଏଜେନ୍ସି ମୁଖ୍ୟ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ଵୀ ଫୋନ ରିସିଭ କରୁନାହାନ୍ତି l ଅଗତ୍ୟା ଭାବେ ସେକ୍ସନ ଅଧିକାରୀଙ୍କୁ ପଚାରିବାରେ କହନ୍ତି ଗୋବରୀ ସେତୁ ପାଇଁ ଆସିଥିବା ଜେସିବି କୁ ବାଟ ଅବରୋଧ ଲକ୍ଷ୍ୟରେ ଏଜେନ୍ସି କାର୍ଯ୍ୟ ବନ୍ଦ ରଖିଛି l କିନ୍ତ ଦୁଃଖର କଥା ଗୋବରୀ ନଦୀ ସେତୁ ନିକଟକୁ ଓଜନଦାର ଜେସିବି ମେସିନ ଯିବା ପରେ କାର୍ଯ୍ୟ ନିର୍ବାହୀ ଏଜେନ୍ସି ଅପ୍ରୋଚ କାର୍ଯ୍ୟ ତ୍ବରାନ୍ୱିତ କରୁଛି କି ଆଉ କେଉଁ ଆଳ ଦେଖାଇ ଦିନ ଗଡା଼ଉଛି l ବିଶେଷ ପରିତାପର ବିଷୟ ବିଭାଗୀୟ ଅବହେଳା କାର୍ଯ୍ୟ ଅଗ୍ରଗତି ନିମନ୍ତେ ବାଧକ ସାଜୁଛି ବୋଲି ବୁଦ୍ଧି ଜୀବୀ ମାନେ କହନ୍ତି l ମହାକାଳପଡ଼ା ବିକାଶ ମଞ୍ଚ ଦାବିକରନ୍ତି ଯେ କର୍ମଚାରୀ ଅଭାବ ରେ ଚାଲୁଥିବା ମହାକାଳପଡ଼ା ଆରଡ଼ି ଖଣ୍ଡ ରେ ଜଣେ ଲେଖାଏଁ ସେକ୍ସନ ଅଧିକାରୀ ଏକାଧିକ ସେକ୍ସନ ର ଅତିରିକ୍ତ ଚାର୍ଜ ନେବା ଓ ଗରଦପୁର ଉପଖଣ୍ଡ ଅଧିକାରୀ ମହାକାଳପଡ଼ା ଉପଖଣ୍ଡ ରେ ଅତିରିକ୍ତ ଚାର୍ଜ ରେ ରହିବା ସମ୍ବନ୍ଧେ ବିଭାଗୀୟ ସଚିବ ଓ ମନ୍ତ୍ରୀ ଙ୍କୁ ଅବଗତ କରାଇବେ l ଆବଶ୍ୟକ ପଡିଲେ ଏଜେନ୍ସି ର ଚରମ ଅବହେଳା ନେଇ ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ଏଜେନ୍ସି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରିବେ l