ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୭ ଗିରଫ

ଭୁବନେଶ୍ୱର, ୦୬/୦୬ : ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ । ୭ ଜଣଙ୍କୁ ଗିରଫ କରିବା ସହ ୨ଟି ବୋଲେରୋ ଓ ଘଟଣାସ୍ଥଳରୁ ନଗଦ ୫୫ , ୩୪୦ ଟଙ୍କା ସହ ଜୁଆ ଖେଳ ସାମଗ୍ରୀ ମଧ୍ୟ ଜବତ ହୋଇଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ପୌରାଞ୍ଚଳ ଡଙ୍ଗରୀସାହି ଠାରେ ବିଳମ୍ବିତ ରାତିରେ ଜୁଆ ଆଡା ଉପରେ ପୋଲିସ ଚଢ଼ାଉ କରିଥିଲା । ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ଗୁପ୍ତ ସୂଚନା ଆଧାରରେ ପୋଲିସ ଜୁଆ ଆଡ୍ଡା ଉପରେ ଅଚାନକ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ସେଠାରେ ଜୁଆ ଖେଳୁଥିବା ୭ ଜଣଙ୍କୁ କାବୁ କରାଯାଇଥିଲା । ଅଭିଯୁକ୍ତମାନଙ୍କ ଠାରୁ ନଗଦ ଟଙ୍କା, ତାସ୍ ଓ ଅନ୍ୟାନ୍ୟ ଜୁଆ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ଥିବା ଦୁଇଟି ବୋଲେରୋ ଗାଡ଼ିକୁ ମଧ୍ୟ ଜବତ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଜାରି ରହିଛି । ଜିଲ୍ଲାରେ ବେଆଇନ ଜୁଆ କାରବାର ବିରୋଧରେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ସ୍ୱାଗତ କରାଯାଇଛି ।