ଭୁବନେଶ୍ୱର, ୦୭/୦୬ : ବଢିଲା ଘରୋଇ ସିଲିଣ୍ଡର ଦାମ । ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍ । ୨୪ କେଜି ସିଲିଣ୍ଡର ରେଟ୍ ୨୯ ଟଙ୍କା ବୃଦ୍ଧି ପାଇଛି । ଫଳରେ ଆଜିଠୁ ଲାଗୁ ହୋଇଛି ନୂଆ ଦର । ରେଟ୍ ବଢିବା ପରେ ଭୁବନେଶ୍ବରରେ ଗ୍ୟାସ ଦାମ ୯୩୯ରୁ ବଢି ୯୬୮ ଟଙ୍କା ହୋଇଛି । ନୂଆଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ୯୧୩ରୁ ବଢି ୯୪୨ ଟଙ୍କା ହୋଇଛି । ଗତ ୩ ମାସ ମଧ୍ୟରେ ଘରୋଇ LPG ଦରରେ ଏହା ଦ୍ବିତୀୟ ବୃଦ୍ଧି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପରେ ଗତ ମାର୍ଚ୍ଚ ୭ରେ ଏହାର ଦର ୬୦ ଟଙ୍କା ବୃଦ୍ଧି ହୋଇଥିଲା । ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପରେ ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି । ଗତମାସ ବଢ଼ିଥିଲା କମର୍ସିଆଲ୍ LPG ସିଲିଣ୍ଡର ଦର । କମର୍ସିଆଲ ସିଲିଣ୍ଡର ଦର ୯୯୩ ଟଙ୍କାକୁ ବୃଦ୍ଧି ପାଇଥିଲା । ପାଖାପାଖି ୧୦୦୦ ଟଙ୍କାକୁ ବୃଦ୍ଧି ହେଲା LPG ସିଲିଣ୍ଡର । । ଇରାନ ଯୁଦ୍ଧର ପ୍ରଭାବ ଏବେ LPG ଦର ଉପରେ ପ୍ରଭାବ ପଡ଼ିଥିଲା ।