ନୂଆଦିଲ୍ଲୀ, ୦୭/୦୬ : ପଶ୍ଚିମବଙ୍ଗରେ ଚାଲିବ ବୁଲେଟ ଟ୍ରେନ୍। ଶନିବାର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ପଶ୍ଚିମବଙ୍ଗରେ ରେଳ ଭିତ୍ତିଭୂମି ଘୋଷଣା କରିବା ସମୟରେ ଏହି ଘୋଷଣା କରିଛନ୍ତି । ଭାରତର ଉତ୍ତର ପୂର୍ବର ଦ୍ବାର ପଥ ସିଲିଗୁଡ଼ିରୁ ଦିଲ୍ଲୀକୁ ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ବୁଲେଟ୍ ଟ୍ରେନ୍ ସେବା ଆରମ୍ଭ ହେଲେ ସିଲିଗୁଡ଼ିରୁ ଦିଲ୍ଲୀ ପହଞ୍ଚିବାକୁ ବର୍ତ୍ତମାନ ୨୦ ଘଣ୍ଟା ସମୟ ଲାଗୁଥିବାବେଳେ ଏହି ସମୟ ୬ ଘଣ୍ଟାକୁ କମି ଆସିବ ବୋଲି ବୈଷ୍ଣବ କହିଛନ୍ତି ।