ଓଡ଼ିଶା ପୁଲିସରେ ବଡ଼ ଧରଣର ଅଦଳବଦଳ, ୪୩ ଇନ୍ସପେକ୍ଟରଙ୍କ ବଦଳି

ଭୁବନେଶ୍ୱର, ୦୭/୦୬ : ଓଡ଼ିଶା ପୁଲିସରେ ବଡ଼ ଧରଣର ଅଦଳବଦଳ, ୪୩ ଇନ୍ସପେକ୍ଟରଙ୍କ ବଦଳି । ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ୪୩ ଜଣ ଇନ୍ସପେକ୍ଟରଙ୍କୁ ବିଭିନ୍ନ ଜିଲ୍ଲା ଓ ପ୍ରତିଷ୍ଠାନକୁ ବଦଳି କରାଯାଇଛି । ଖାଲି ପଦବୀ, ପ୍ରଶାସନିକ ଆବଶ୍ୟକତା ଏବଂ ଜନସେବାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ବଦଳି ହୋଇଥିବା କୁହାଯାଇଛି । ଜାରି ହୋଇଥିବା ତାଲିକା ଅନୁସାରେ ନୟାଗଡ଼ରୁ ଲିଜା ମଲ୍ଲିକଙ୍କୁ କେନ୍ଦ୍ରାପଡ଼ା, ବରଗଡ଼ରୁ ହେମକାନ୍ତି ଛତ୍ରିଆଙ୍କୁ ନୂଆପଡ଼ା ଏବଂ କନ୍ଧମାଳରୁ ଅଶୋକ କୁମାର ହାଁସଦାଙ୍କୁ କେନ୍ଦୁଝର ଜିଲ୍ଲାକୁ ବଦଳି କରାଯାଇଛି ।