ଲଗାଣ ବର୍ଷାରେ ଭିଜିଲା ଟ୍ବିନସିଟି, ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର, ୨୨/୦୬ : ଆଜି ସକାଳୁ ସକାଳୁ ଲଗାଣ ବର୍ଷାରେ ଭିଜୁଛି ଟ୍ବିନସିଟି। ୨୩ରୁ ସକ୍ରିୟ ହେବ ମୌସୁମୀ । ଅଧିକ ଅଗ୍ରସର ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଆସନ୍ତାକାଲି ଓଡ଼ିଶାର ଆଉ କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ । ଓଡ଼ିଶାରେ ମୌସୁମୀ ପହଞ୍ଚି ସାରଥିଲେ ବି ଏପର୍ଯ୍ୟନ୍ତ ସବୁ ଅଞ୍ଚଳକୁ ଛୁଇଁ ନାହିଁ । ଆସନ୍ତାକାଲି ଆଡ଼କୁ ମହରାଷ୍ଟ୍ର, ତେଲେଙ୍ଗାନା, ଓଡ଼ିଶା, ଝାଡ଼ଖଣ୍ଡ, ବିହାରର ଏବଂ ଛତିଶଗଡ଼ର ଆଉ କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆସନ୍ତା ୪ ଦିନ ଯାଏଁ ରାଜ୍ୟରେ ବର୍ଷା ଜାରି ରହିବ । ଆଜି ୩ ଜିଲ୍ଲାକୁ ଅରେଞ୍ଜ ଏବଂ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।