ସମବାୟ ବିଭାଗର ରାଜ୍ୟସ୍ତରୀୟ କୃତ୍ରିମ ବୁଦ୍ଧିମତା ପ୍ରଶିକ୍ଷଣ ଶିବିର

ଭୁବନେଶ୍ଵର, ୦୪/୦୭ : ଓଡ଼ିଶା ନଲେଜ୍ କର୍ପୋରେସନ୍ ଲିମିଟେଡ୍ ଓ ସମବାୟ ବିଭାଗର ଓଡ଼ିଶାର ମିଳିତ ଉଦ୍ୟମରେ, ସମବାୟ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ କୃତ୍ରିମ ବୁଦ୍ଧିମତାର ବ୍ୟବହାରିକ ଜ୍ଞାନ ଓ ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଏକ ରାଜ୍ୟସ୍ତରୀୟ ଏ ଆଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଭୁବନେଶ୍ୱରସ୍ଥିତ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର କନଫରେନ୍ସ ହଲ୍‌ରେ ହାଇବ୍ରିଡ୍ ମୋଡ୍‌ରେ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ‘ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ` ଜିଲ୍ଲାରୁ ୧୬୦୦ରୁ ଅଧିକ ଅଧିକାରୀ ଓ କର୍ମଚାରୀ ଅନଲାଇନ୍ ଯୋଗଦେଇଥିବା ମାଧ୍ୟମରେ ସମବାୟ ବିଭାଗର ବରିଷ୍ଠ ଉପସ୍ଥିତ ରହି ପ୍ରଶିକ୍ଷଣରେ କରିଥିଲେ। ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କୃତ୍ରିମ ବୁଦ୍ଧିମତା, ଓ ` ଜେନେରେଟିଭ୍ ଏଆଇର ମୌଳିକ ସରକାରୀ ପ୍ରଶାସମ ସମବାୟ ଅନୁଷ୍ଠାନରେ ପ୍ରଯୋଗ, ବିଭିନ୍ନ ଏ ଅ ମାଧ୍ୟମରେ କାର୍ଯ୍ୟଦକ୍ଷତ ଡକ୍ୟୁମେଣ୍ଟ ପ୍ରସ୍ତୁତି, ବିଶ୍ଳେଷଣ, ନିଷ୍ପତ୍ତି ଗ୍ରହଣରେ AIର ସହାୟତା, ଦାୟିତ୍ୱପୂର୍ଣ୍ଣ ଓ ନୈତିକ ଏଆଇ ବ୍ୟବହାର ସହିତ ବିଭିନ୍ନ ବ୍ୟବହାରିକ ପ୍ରଦର୍ଶନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଅଂଶ ଗ୍ରହଣକାରୀମାନଙ୍କ ପ୍ରଶ୍ନର ଉତ୍ତରଦେବା ପାଇଁ ଏକଇଣ୍ଟରଆକ୍ଟିଭ୍ପ୍ର ଶ୍ନୋତ୍ତର ଅଧିବେଶନ ମଧ୍ୟ ଆୟୋଜନ କରାଯାଇଥିଲା। ଓଡ଼ିଶା ନଲେଜ୍କର୍ପୋରେ ସନ୍ଲିମିଟେଡ୍ (OKCL) ପକ୍ଷରୁ ବରିଷ୍ଠ ପ୍ରକଳ୍ପ ପରିଚାଳକ ଡଃ ଅଂଶୁମାନସର, ଶ୍ରୀ ଶଚିକାନ୍ତ ରାଉତ ଏବଂ ଅନ୍ୟ ସହଯୋଗୀ ପ୍ରଶିକ୍ଷକ ଭାବେ ଯୋଗଦେଇ ଏଆଇର ବିଭିନ୍ନ ବ୍ୟବହାରିକ ଦିଗ, ସରକାରୀ କାର୍ଯ୍ୟରେ ଏହାର ପ୍ରୟୋଗ ଓ ଦୈନନ୍ଦିନ ପ୍ରଶାସନିକ କାର୍ଯ୍ୟକୁ କିପରି ଅଧିକ ଦ୍ରୁତ, ସଠିକ୍ଓ କାର୍ଯ୍ୟକ୍ଷମ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେମାନେ ଚାଟଜିପିଟି, ଯେମିନିଏଆଇ, ନୋଟବୁ କଏଲଏମ, ଗାମାପରି ଆଧୁନିକ ଏଆଇଟୁଲ୍ର ବ୍ୟବହାରିକ ପ୍ରଦର୍ଶନ ମାଧ୍ୟମରେ ସରକାରୀ କାର୍ଯ୍ୟରେ ଏଆଇର ସମ୍ଭାବନା ଉପସ୍ଥାପନ କରିଥିଲେ।ସମବାୟ ବିଭାଗର ସିନିୟର ଏଆରସିଏସ ଶ୍ରୀ ପ୍ରିୟବ୍ରତ ପଣ୍ଡା ସମ୍ପୂର୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା କରିଥିଲେ I