ମହାକାଳପଡ଼ା, ୦୪/୦୭ : ଲୁଣା ଜଙ୍ଗଲ ବନଖଣ୍ଡ (ବନ୍ୟ ପ୍ରାଣୀ ) ରାଜନଗର,ଅଧୀନ ବନ୍ୟପ୍ରାଣୀ ବନାଞ୍ଚଳ ,ମହାକାଳପଡ଼ା ଅନ୍ତର୍ଗତ ଜମ୍ବୁ ବନପାଳ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ସଂରକ୍ଷିତ ଜଙ୍ଗଲ ଠାରେ ଶୁକ୍ରବାର ଜିଲ୍ଲା ସ୍ତରୀୟ ୭୭ତମ ବନମହୋତ୍ସବ -୨୦୨୬ପାଳିତ ହୋଇଯାଇଛି l କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ରଘୁରାମ ଆର. ଆୟାର, ବନଖଣ୍ଡ ଅଧିକାରୀ ଭରଦ୍ୱାଜ ଗାଁଓକର, ସହକାରୀ ବନସଂରକ୍ଷକ ଗଗନ ବିହାରୀ ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ ନାୟକ, ବନାଞ୍ଚଳ ଅଧିକାରୀ ଜମ୍ବୁ ଶାନ୍ତନୁ ଦଳାଇ, ରାଜନଗର ଚିତ୍ତରଞ୍ଜନ ବେଉରା, ଶାସନ ପେଟା କପିଳେନ୍ଦ୍ର ପ୍ରଧାନ ଓ ଜିଲ୍ଲା କୃଷି ଅଧିକାରୀ ସୁରେଶ ମଲ୍ଲିକ ଆଦି ଆମନ୍ତ୍ରିତ ଅତିଥି ଭାବେ ମଂଚାସୀନ ଥିଲେ l “ସବୁଜ ପଦକ୍ଷେପ ମାଧ୍ୟମ ରେ ପୃଥିବୀ କୁ ସୁସ୍ଥ କରିବା “ଲକ୍ଷ୍ୟରେ ଜଙ୍ଗଲ, ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ବିଭାଗ ଚଳିତ ବର୍ଷ ଉଦ୍ଦେଶ୍ୟ ରଖିଛି l ଏନେଇ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା l ବିଶେଷ କରି “ମା ପାଇଁ ଗଛଟିଏ ” ବାର୍ତ୍ତା ପ୍ରଚାର ପ୍ରସାର ସହିତ ସଭିଏଁ ଗୋଟିଏ ଗୋଟିଏ ଗଛ ଲଗାଇ ଯୁବ ପିଢ଼ି ପାଇଁ ସୁସ୍ଥ ପରିବେଶ ଉତ୍ତମ ସମାଜ ସୃଷ୍ଟି କରିବାକୁ ମଂଚାସୀନ ଅତିଥି ମାନେ ପରାମର୍ଶ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଭିନ୍ନ ସ୍ବେଛାସେବୀ ସଂଗଠନ ର କର୍ମକର୍ତ୍ତା, ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଭ୍ୟା ଓ ଛାତ୍ର /ଛାତ୍ରୀ ମାନେ ଅଂଶ ଗ୍ରହଣ କରି ସରସ ସୁନ୍ଦର ହୋଇଥିବାର ଜଣାପଡିଛି l ସଭା ଶେଷରେ ମଂଚାସୀନ ଅତିଥି ଓ ଅଂଶ ଗ୍ରହଣ କାରି ମାନେ ସଂକଳ୍ପିତ ହୋଇଥିଲେ l