ବର୍ଷାଦିନେ ଖାଆନ୍ତୁ ଏହି ଫଳ, ରଖିବ ଆପଣଙ୍କୁ ସୁସ୍ଥ

କେଉଁ ଫଳ ନିୟମିତ ଖାଇବା ଉଚିତ୍ ଏହା ମନେ ରଖିବା ଆବଶ୍ୟକ । କେଉଁ ଋତୁରେ କେଉଁ ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ବର୍ଷା ଋତୁରେ ଶରୀରକୁ ଅତି ସହଜରେ ରୋଗ ହୋଇଥାଏ । ଏପରି ପରିସ୍ଥିତିରେ ଆପଣ ନିୟମିତ ଭାବରେ ଏପରି କିଛି ଫଳ ଖାଇଥା’ନ୍ତି ଯାହା ଆପଣଙ୍କ ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ରକ୍ଷା କରିବା ସହିତ ଆପଣଙ୍କୁ ଆବଶ୍ୟକୀୟ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ ଯାହା ଆପଣ ରୋଗ ଠାରୁ ଦୁରେଇ ରହିପାରିବେ ।

ଡାଳିମ୍ବ: ଡାଳିମ୍ବ ଖାଇବା ଶରୀର ପାଇଁ ଭଲ ହୋଇଥାଏ । କାରଣ ଡାଳିମ୍ବରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଆମ ଶରୀରର ମେଟାବୋଲିଜିମ୍ ବୃଦ୍ଧିରେ ସାହାଯ୍ୟ କରିଥାଏ । ଡାଳିମ୍ବ ଖାଇବାର ଗୋଟିଏ ସୁବିଧା ହେଉଛି ଏହାକୁ ଖାଇବା ଦ୍ୱାରା ଆମ ଶରୀରରେ ଲାଲ ରକ୍ତ କଣିକା ଶୀଘ୍ର ବିକଶିତ କରିଥାଏ । ବର୍ଷା ଋତୁରେ ରେ ଏହା କୌଣସି ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ ।

ଲିଚୁ : ଏଥିରେ ଆଣ୍ଟି-ଭାଇରାଲ୍ ଗୁଣ ଥିବାରୁ ଏହାକୁ ବର୍ଷାଦିନେ ଖାଇବା ଉଚିତ୍ । ଯାହା ଆମର ରକ୍ତ ସଞ୍ଚାଳନକୁ ଉନ୍ନତ କରିଥାଏ ।

ସେଓ : ପ୍ରତେକ ଋତୁରେ ସେଓ ନିହାତି ଖାଇବା ଜରୁରୀ ହୋଇଥାଏ । ଯଦି ଏହାକୁ ସବୁ ସମୟରେ ଖାଇ ପାରୁନାହାନ୍ତି ତେବେ ବର୍ଷା ଦିନେ ଏହାକୁ ନିହାତି ଖାଇବା ଦରକାର । ଏଥିରୁ ଭଲ ପରିମାଣର ଫାଇବର ମିଳିଥାଏ । ଏପରି ପରିସ୍ଥିତିରେ ସେଓ ଖାଇବା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଏ ।

ବର୍ଷା ଋତୁରେ ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିବା ପାଇଁ ସନ୍ତୁଳିତ ଖାଦ୍ୟ ସହ ଋତୁ ଅନୁଯାୟୀ ଫଳ ଖାଇବା ଅତ୍ୟନ୍ତ ଜରୁରୀ। ଡାଳିମ୍ବ, ଲିଚୁ ଓ ସେଓ ଭଳି ଫଳ ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବା ସହିତ ଆବଶ୍ୟକ ଭିଟାମିନ୍, ଖଣିଜ ଲବଣ ଓ ଫାଇବର ଯୋଗାଇଥାଏ। ଏହି ଫଳଗୁଡ଼ିକ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ସହ ଶରୀରକୁ ସଂକ୍ରମଣରୁ ସୁରକ୍ଷା ଦେବାରେ ମଧ୍ୟ ସାହାଯ୍ୟ କରେ। ତେଣୁ ବର୍ଷା ଦିନରେ ପରିଷ୍କାର ଓ ତାଜା ଫଳକୁ ନିୟମିତ ଖାଦ୍ୟ ତାଲିକାରେ ସାମିଲ କରି ସୁସ୍ଥ ଜୀବନଶୈଳୀ ଆପଣାଇବା ଉଚିତ।