ଭୁଶୁଡ଼ିଲା ୩ ମହଲା କୋଠା, ୬ ମୃତ

ନୂଆଦିଲ୍ଲୀ, ୦୬/୦୭ : ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁ ଭୁଶୁଡ଼ିଲା ତିନି ମହଲା କୋଠା । ଚାପି ହୋଇ ୬ ଜଣଙ୍କର ମୃତ୍ୟୁ । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୁମ୍ବାଇର ଜନ୍ତାନଗର ହନୁମାନ୍ ମନ୍ଦିର ପଛରେ ଥିବା ଗ୍ରାଉଣ୍ଡ୍ ପ୍ଲସ୍ ତିନିମହଳା କୋଠା ଘରର କିଛି ଅଂଶ ଭୁଶୁଡ଼ି ଯାଇଥିଲା । ଏହାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଚାରି ମହିଳା ଅଛନ୍ତି ।