ନୂଆଦିଲ୍ଲୀ, ୧୦/୦୭ : ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରୁ ପିଏମ୍ ମୋଦିଙ୍କ ବଡ଼ ଘୋଷଣା କରିଛନ୍ତି । ୨୦୨୬-୨୭ ବିଗ୍ ବାସ୍ ଲିଗ ସିଜିନ ଭାରତରେ ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି । ଏହି ଲିଗର ପ୍ରଥମ ମ୍ୟାଚ୍ ଡିସେମ୍ବରରେ ଖେଳାଯିବ । ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ (MCG) ପରିଦର୍ଶନ କରିବା ସହ ଭାରତୀୟ କ୍ରୀଡ଼ା ଜଗତ ପାଇଁ ବଡ଼ ଘୋଷଣା କରିଛନ୍ତି । ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ଭାରତର ଦବଦବା ବଢ଼ାଇବାକୁ ଯାଇ ପିଏମ୍ ମୋଦି କହିଛନ୍ତି, ୨୦୩୦ ମସିହାରେ ଭାରତ କମନୱେଲଥ ଗେମ୍ସ ଆୟୋଜନ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହା ସହିତ ୨୦୩୬ ରେ ଭାରତରେ ଅଲିମ୍ପିକ୍ସ ଗେମ୍ସ ଆୟୋଜନ କରିବା ପାଇଁ ଆମେ ସର୍ବୋଚ୍ଚ ପ୍ରୟାସ ଜାରି ରଖିଛୁ । ୨୦୩୨ ମସିହାରେ ଅଷ୍ଟ୍ରେଲିଆର ବ୍ରିସବେନ ଅଲିମ୍ପିକ୍ସ ଆୟୋଜନ କରିବାକୁ ଯାଉଥିବା ବେଳେ, ଏହିଭଳି ମେଗା ଗ୍ଲୋବାଲ ଇଭେଣ୍ଟଗୁଡ଼ିକୁ ସଫଳ କରିବା ପାଇଁ ଭାରତରେ ମଧ୍ୟ ବ୍ୟାପକ ସ୍ତରରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅଷ୍ଟ୍ରେଲିଆର ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଗ୍ ବାସ୍ ଲିଗ ର ଏକ ମ୍ୟାଚ୍ ଚେନ୍ନାଇରେ ଖେଳାଯିବ । ସେ କହିଛନ୍ତି, ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଭାରତରେ ବିଗ୍ ବାସ୍ ଲିଗ୍ ର ଏକ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି । ଏହହାସହିତ ବ୍ୟବସାୟ, ପର୍ଯ୍ୟଟନ ଏବଂ ନିବେଶ ପାଇଁ ନୂଆ ରାସ୍ତା ମିଳିବ ।