ଦୀଘା ସମୁଦ୍ରରେ ବଡ଼ ଦୁର୍ଘଟଣା : ନିଖୋଜ ୧୬ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୯ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୧୪/୦୭ : ପଶ୍ଚିମବଙ୍ଗର ଦୀଘା ବେଳାଭୂମିରେ ଇଲିଶି ମାଛ ଧରିବାକୁ ଯାଇ ନିଖୋଜ ଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୯ ଜଣଙ୍କର ମୃତଦେହ ମିଳିଛି । ୧୬ ଜଣ ମତ୍ସ୍ୟଜୀବୀଙ୍କୁ ନେଇ ନିଖୋଜ ହୋଇ ଯାଇଥିଲା ‘ମାଆ କାଳୀ’ ଟ୍ରଲର୍ । ତେବେ ଠାବ ହେବା ପରେ ତା ଭିତରୁ ୯ ଜଣକର ମୃତଦେହ ମିଳିଥିଲା । ପରବର୍ତ୍ତୀ ସମୟରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ରକ୍ତେଶ୍ଵର ହସ୍ପିଟାଲକୁ ନିଆଯାଇଛି । ଏହି ୧୬ ମତ୍ସ୍ୟଜୀବୀଙ୍କ ମଧ୍ୟରେ ୩ ଜଣ ଓଡ଼ିଆ ଥିଲେ । ସେମାନଙ୍କ ଘର ବାଲେଶ୍ୱର ଭୋଗରାଇ ବ୍ଲକର ଉଲୁଡ଼ା ଗ୍ରାମରେ । ପରିବାର ଲୋକେ ଏହି ମୃତ ଫଟୋ ଦେଖି ବିଚଳିତ ହୋଇଯାଇଛନ୍ତି ।