୯ କ୍ୱିଣ୍ଟାଲ ଗଞ୍ଜେଇ ଜବତ : ୭ ଗିରଫ

ଭୁବନେଶ୍ୱର, ୧୪/୦୭ : ବୌଦ୍ଧ ଜିଲ୍ଲା ମନମୁଣ୍ଡl ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ ଲ ମନମୁଣ୍ଡl ପୋଲିସ ଟିମ୍ ଅଚାନକ ମନୋହରପୁର ଅଞ୍ଚଳରେ ଚଢ଼ାଉ କରିଥିଲା l ପୋଲିସ କୁ ଦେଖି ଜରି ବ୍ୟାଗରେ ଗଞ୍ଜେଇ ଭରିବା ଛାଡ଼ି ଫେରାର ମାରିବାକୁ ଚେଷ୍ଟା କରିଥିଲେ । ପୋଲିସ ଟିମ୍ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲକ୍ଷ ବେଳେ ୪ ରୁ ୫ଜଣ ଖସି ଯାଇଥିଲେ l ପୋଲିସ ଚୋରା ଚାଲାଣ ବେପାରରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଭବାନୀ ଶଙ୍କର ବାରିକକୁ ଧରିବାରେ ସଫଳ ହୋଇଛି l ସେମାନଙ୍କ ସହିତ ୯୦୦ କିଲୋ ଗଞ୍ଜେଇ, ଦୁଇଟି କାର, ଗୋଟିଏ ଦେଶୀ ବନ୍ଧୁକ ଓ ୧୦ ଲକ୍ଷ ନଗଦ ଟଙ୍କା ଆଦି ଜବତ କରାଯାଇଛି । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି l