ନୂଆଦିଲ୍ଲୀ, ୨୬/୦୭ : ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କଂଗ୍ରେସ ନେତା ସିଦ୍ଧରମୈୟା ଘୋଷଣା କରିଛନ୍ତି ଯେ, ସେ ୨୦୨୮ବିଧାନସଭା ନିର୍ବାଚନରେ ଲଢ଼ିବେ ନାହିଁ। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ମୁଁ ଏବେ ୭୯ ବର୍ଷ ବୟସର । ଆମ ସରକାରର କାର୍ଯ୍ୟକାଳ ଆହୁରି ଦେଢ଼ ବର୍ଷ ବାକି ଅଛି। ସେତେବେଳକୁ ମୁଁ ୮୧-୮୨ ବର୍ଷ ବୟସର ହେବି। ମୋର ସ୍ୱାସ୍ଥ୍ୟ ଆଉ ପୂର୍ବ ପରି ଭଲ ନାହିଁ। ପୂର୍ବ ପରି ଉତ୍ସାହର ସହିତ କାମ କରିବା ଆଉ ସମ୍ଭବ ନୁହେଁ। ମାଣ୍ଡ୍ୟା ଜିଲ୍ଲାର କେ.ଆର. ପେଟରେ ଏକ ବ୍ୟକ୍ତିଗତ କାର୍ଯ୍ୟକ୍ରମରେ ସିଦ୍ଧରମୈୟା ଏହି କଥା କହିଛନ୍ତି ।
