ନିଶା କାରବାର ବିରୋଧରେ ‘ଜିରୋ ଟଲେରାନ୍ସ’, ଗୁପ୍ତ ସୂଚନା ଦେବାକୁ ଲୋକଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୨/୦୮ : “ନିଶାକୁ ନାଁ, ଯୁବ ପ୍ରଗତିକୁ ହଁ” – ଏହି ନାରା ସହ ରାଜ୍ୟରୁ ନିଶା କାରବାରକୁ ସମୂଳେ ବିନାଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ‘ନିଶାମୁକ୍ତ ଯୁବା-ବିକଶିତ ଭାରତ ଅଭିଯାନ’ରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ଏହାକୁ ଏକ ସରକାରୀ କାର୍ଯ୍ୟକ୍ରମ ନୁହେଁ, ବରଂ ଏକ ‘ଜନ ଆନ୍ଦୋଳନ’ ଭାବେ ଗଢ଼ି ତୋଳିବାକୁ ଆହ୍ୱାନ ଦେଇଛନ୍ତି ।

SBI AD