ନୂଆ ଲୁକ୍‌ରେ ନଜର ଆସିଲେ ହାର୍ଦ୍ଦିକ୍‌, ଗର୍ଲଫ୍ରେଣ୍ଡ ମାହିକାଙ୍କ ସହ ପହଞ୍ଚିଲେ ତିରୁପତି ମନ୍ଦିର

ନୂଆଦିଲ୍ଲୀ, ୦୨/୦୮ : ହାର୍ଦ୍ଦିକଙ୍କ ନୂଆ ଲୁକ୍ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ନିକଟରେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ଗର୍ଲଫ୍ରେଣ୍ଡ ମାହିକା ଶର୍ମାଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ପହଞ୍ଚିଥିଲେ । ମନ୍ଦିରରେ ଦର୍ଶନ ସମୟରେ ହାର୍ଦ୍ଦିକଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି । ହାର୍ଦ୍ଦିକ ଲଣ୍ଡା ହୋଇଯାଇଥିବା ବେଳେ ବେଶ୍ ଷ୍ଟାଇଲିସ ଲୁକ ନଜର ଆସିଛନ୍ତି । ତେବେ କୌଣସି ମନସ୍କାମନା ପୂରଣ ପାଇଁ ସେ କେଶ ଦାନ କରିଛନ୍ତି କିମ୍ବା ଏହାର ଅନ୍ୟ କୌଣସି କାରଣ ରହିଛି, ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଏହି ସବୁ ଚର୍ଚ୍ଚା ମଧ୍ୟରେ ବିଭିନ୍ନ ରିପୋର୍ଟରେ ଦାବି କରାଯାଉଛି ଯେ ହାର୍ଦ୍ଦିକ୍ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଛାଡ଼ି ପାରନ୍ତି । ଆଇପିଏଲ୍ ୨୦୨୭ ପୂର୍ବରୁ ହେବାକୁ ଥିବା ଆକ୍ସନ୍ ପୂର୍ବରୁ ସେ ଚେନ୍ନାଇ ସୁପର କିଙ୍ଗ୍ସରେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଏହା ସହିତ ଦିଲ୍ଲୀ କ୍ୟାପିଟାଲ୍ସ, କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟ ତାଙ୍କୁ ଦଳରେ ନେବାକୁ ଆଗ୍ରହୀ ଥିବା ଖବର ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ କୌଣସି ଟ୍ରେଡ୍ ଡିଲ୍ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ । ୨୦୨୪ ପୂର୍ବରୁ ତାଙ୍କୁ ରୋହିତ ଶର୍ମାଙ୍କ ସ୍ଥାନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା । ଗୁଜରାଟ ଟାଇଟାନ୍ସକୁ ଚ୍ୟାମ୍ପିୟନ୍ କରାଇବାର ସଫଳତା ଥିଲେ ମଧ୍ୟ ମୁମ୍ବାଇରେ ଅଧିନାୟକ ଭାବେ ତାଙ୍କ ରେକର୍ଡ ବିଶେଷ ଭଲ ରହିନାହିଁ । ୨୦୨୪ ସିଜିନ୍ରେ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲର ସବୁଠାରୁ ତଳ ସ୍ଥାନରେ ରହିଥିଲା । ୨୦୨୫ରେ ମଧ୍ୟ ଦଳର ଆରମ୍ଭ ନିରାଶାଜନକ ଥିଲା । ହେଲେ ଶେଷରେ ଦଳ ଜବରଦସ୍ତ କମ୍ବ୍ୟାକ୍ କରି ପ୍ଲେଅଫ୍ରେ ପହଞ୍ଚିଥିଲା, କିନ୍ତୁ ଫାଇନାଲ୍ରେ ସ୍ଥାନ ସୁନିଶ୍ଚିତ କରିପାରିନଥିଲା । ଏବେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ରହିବେ ନା ନୂଆ ଦଳକୁ ଯିବେ, ସେଥିପାଇଁ କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଚାଲିଛି ।

SBI AD