ମହାକାଳପଡ଼ା, ୦୬/୦୮ : ଓଡିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସାମନ୍ୱୟ ସମିତି ବିଭିନ୍ନ ଦାବି ନେଇ ସୋମବାର ଠାରୁ ଆନ୍ଦୋଳନ କୁ ଓହ୍ଲାଇଛି l ମଙ୍ଗଳବାର ମଣ୍ଡଳ ସ୍ତରୀୟ କନଭେନସନ ଓ ୧୦ଜଣିଆ ଆନ୍ଦୋଳନ କମିଟି ଗଠନ ସହିତ ସେମାନଙ୍କ ନାମ ଓ ଠିକଣା ଓ ମୋବାଇଲ ନଂ ଜିଲ୍ଲା ଓ ରାଜ୍ୟ କୁ ପ୍ରେରଣ କରାଯାଇଛି l ଏନେଇ ବୁଧବାର ପଂଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ସମନ୍ୱୟ ସମିତି ତରଫରୁ ଆନ୍ଦୋଳନ କାରି ମାନେ ଧାରଣାରେ ବସିଥିଲେ l ଧାରଣାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା), ନିଖିଳ ଉତ୍କଳ ନିମ୍ନ ମାଧ୍ୟମିକ ଶିକ୍ଷକ ସଙ୍ଘ (ଓଲଷ୍ଟା ), ନିଖିଳ ଉତ୍କଳ ମାଦ୍ରାସା ଶିକ୍ଷକ ସଙ୍ଘ, ଅବସର ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ,ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ସଙ୍ଘ, ୧୯୪ଅଣଅନୁଦାନ ପ୍ରାପ୍ତ ଶିକ୍ଷକ ସଙ୍ଘ,୬୬୨ ଓ ୪୪୮ବର୍ଗ କର୍ମଚାରୀ ସଙ୍ଘ ସାମିଲଥିଲେ l ଆନ୍ଦୋଳନ କାରି ମାନେ ବୈଠକ ପରେ ୪ଦଫା ପ୍ରମୁଖ ଦାବି ପତ୍ର ବିଡ଼ିଓ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ,ଉଚ୍ଚଶିକ୍ଷାମନ୍ତ୍ରୀଓ ଗଣଶିକ୍ଷାମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି l ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀ ମାନ୍ୟତା, ଚାକିରୀ ସର୍ତ୍ତାବଳି ପେନସନ l ଶିକ୍ଷକ ଓ ଅଣଶିକ୍ଷକ ମାନଙ୍କ ଅବସର ବୟସ ସୀମା ୬୦ପରିବର୍ତ୍ତେ ୬୨କୁ ବୃଦ୍ଧି l କଣ୍ଟ୍ରାକଚୁଆଲ କର୍ମଚାରୀ ଙ୍କ ୬ଗୋଟି ଇନକ୍ରିମେଣ୍ଟ,ଓ ଗ୍ରେଡ଼ ପେ ବୃଦ୍ଧି l ସମସ୍ତ ଅନୁଦାନ (ନୂତନ ଓ ପୁରାତନ )ପ୍ରାପ୍ତ ବିଦ୍ୟାଳୟ ଗୁଡିକ ର ସରକାରୀକରଣ l ଏହିଭଳି ସପ୍ତାହବ୍ୟାପୀ ବିଭିନ୍ନ ସ୍ତର ରେ ଆନ୍ଦୋଳନ ଓ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ଧାରଣା ସ୍ଥଳୀରେ କନଭେନର ବ୍ୟାସଦେଵେବ୍ରତା, ସଭାପତି ନିମାଇଁରାଉତ, ଉପସଭାପତି ପ୍ରଭାତ ବେହେରା, ଯୁଗ୍ମ ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର, ରାଜ୍ୟ ଓ ଜିଲ୍ଲା କାର୍ଯ୍ୟନିର୍ବାହୀ ଅଶୋକ ମହାପାତ୍ର ଓ ଆଦିକନ୍ଦ ସାହୁ ଆଦି ଉପସ୍ଥିତ ଥିଲେ l