ଅରୁନ୍ଧତୀ ବାନ୍ଧକଳା ଏବଂ ଅରୁନ୍ଧତୀ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ‘ଜାତୀୟ ହସ୍ତତନ୍ତ ଦିବସ’

ଭୁବନେଶ୍ୱର, ୦୮/୦୮ : ଉତ୍କଳୀୟ ଜଳା ଓ ସଂସ୍କୃତିର ଅନ୍ୟତମ ଅନନ୍ୟ ପରିଚୟ ହେଉଛି ଆମର ହସ୍ତତନ୍ତକୁ ଓ ବାନ୍ଧକଳା । ଯେଉଁ ବୁଣାକାର ଶିଳ୍ପୀ ଓ ସେମାନଙ୍କ ପରିବାରବର୍ଗ ନିଜର ନିଷ୍ଠା, ସୃଜନଶୀଳତା ଏବଂ ନିଷ୍ଠାପର ପରିଶ୍ରମ ବଳରେ ପିଢ଼ି ପରେ ପିଢ଼ି ଏହି ଅମୂଲ୍ୟ ପରମ୍ପରାକୁ ଉଜ୍ଜୀବିତ କରି ରଖିଛନ୍ତି, ସେହି ମହାନ ବାନ୍ଧକଳା ଏବଂ ‘ଅରୁନ୍ଧତୀ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ସୋନପୁର ମାଟିରେ ଏକ ବିଶାଳ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର ତଥା ବୁଣାକାର ସମ୍ପ୍ରଦାୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଣନା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମହତ କାର୍ଯ୍ୟକ୍ରମକୁ ସୋନପୁର ଜିଲ୍ଲାର ସମ୍ମାନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ୩୦୦ ରୁ ଊର୍ଦୁ ବୁଣାକାର ଓ ସେମାନଙ୍କ ପରିବାର ସଦସ୍ୟଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା କରା‌ଯିବା ସହ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା | ଶିକ୍ଷାକୁ ପ୍ରୋତ୍ସାହନ ଦେଇ ୨୦୨୫-୨୬ ବର୍ଷର ମାଟ୍ରିକ ପରୀକ୍ଷାରେ ନୃତୀତ୍ଵ ହାସଲ କରିଥିବା ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ବୁଣାକାର ପରିବାରର ୩୦ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ନଗତ ୫,୦୦୦ ଟଙ୍କାର ଅର୍ଥରାଶି ସମେତ ଅନେକ ଉପହାର ପ୍ରଦାନ କରି ସମ୍ବଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଶେଷରେ ସମସ୍ତଙ୍କ ପାଇଁ ସୁସ୍ବାଦୁ ଭୋଜନର ସୁବ୍ୟବସ୍ଥା କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ନିଜର ଆନ୍ତରିକ ଖୁସି ଓ ଭାବପୂର୍ଣ୍ଣ କୃତଜ୍ଞତା ବ୍ୟକ୍ତି କରି ଅରୁନ୍ଧତୀ ଗ୍ରୁପ୍‌ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ମେହେର କହିଛନ୍ତି । “ହସୁତକୁ ବା ବାନ୍ଧକଳା ଆମ ରାଜ୍ୟର ଗର୍ବ, ଗୌରବ ଓ ପରିଚୟ । ଏହି କଳାକୁ ବଞ୍ଚାଇ ରଖିଥିବା ଶିଳ୍ପୀ ଓ ବୁଣାକାରମାନେ ସୁସ୍ଥ ରହିଲେ, ପରବର୍ତ୍ତୀ ପିଢ଼ି ଶିକ୍ଷାରେ ଅଗ୍ରଗତି କଲେ ହଁ ଆମର ଏହି ମହାନ ଐତିହ୍ୟ ଓ ପରମ୍ପରା ଚିରକାଳ ପାଇଁ ସମୃଦ୍ଧ ହୋଇ ରହିବା ଯେଉଁ ବୁଣାକାରମାନେ ନିଜର ନିଷ୍ଠା ବଳରେ ଆମ ମାଟିର କଳାକୁ ଆଜି ବିଶ୍ବ ଦରବାରରେ ଅମର କରି ରଖିଛନ୍ତି, ସେହି ବୁଣାକାର ଭାଇଭଉଣୀ ଓ ସେମାନଙ୍କ ପରିବାରବର୍ଗଙ୍କ ସେବା କରିବାର ସୁଯୋଗ ମିଳିବା ଆମ ପାଇଁ ପରମ ସୌଭାଗ୍ୟ । ଏକ ସୁସ୍ଥ ସମାଜ ଗଠନ ତଥା ବୁଣାକାର ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ ଅରୁନ୍ଧତୀର ଏହି ସେବା ମନୋଭାବ ଆଗାମୀ ଦିନରେ ମଧ୍ୟ ନିରବଚ୍ଛିନ୍ନ ଭାବେ ଜାରି ରହିବ । ଏହି ବିଶାଳ ସ୍ବାସ୍ଥ୍ୟ ଶିବିର ଓ ସମ୍ବର୍ଣନା ଉତ୍ସବକୁ ସୁଚାରୁରୂପେ ପରିଚାଳନା କରିବାରେ ଅରୁନ୍ଧତୀର କର୍ମକର୍ତ୍ତା, ପ୍ରଶାସନ, ବିଶେଷଜ୍ଞ ତାକୁରୀ ଦଳ ଏବଂ ସମସ୍ତ ସ୍ବେଚ୍ଛାସେବୀଙ୍କ ଆନ୍ତରିକ ସହଯୋଗ ପାଇଁ ଅରୁନ୍ଧତୀ ଫାଉଣ୍ଡେସନ୍ ପକ୍ଷରୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଛନ୍ତି ।