ନୂଆଦିଲ୍ଲୀ, ୧୨/୦୮ : ଆଜି ବର୍ଷର ଦ୍ବିତୀୟ ତଥଶ ଶେଷ ପୂର୍ଣ୍ଣ ସୂର୍ଯ୍ୟପରାଗ । ଭାରତରେ ହେବନାହିଁ ଦୃଶ୍ୟମାନ, ମନ୍ଦିର ମାନଙ୍କରେ ସ୍ବାଭାବିକ ରହିବ ଦେବନୀତି । ୯ଟା ୪ ମିନିଟରୁ ଏହି ସୂର୍ଯ୍ୟପରାଗ ଆରମ୍ଭ ହୋଇ ୧ଟା ୨୭ ମିନିଟରେ ଶେଷ ହେବ। ପରାଗ ଲାଗିବା ସମୟରେ ଭାରତରେ ରାତି ହୋଇଥିବାରୁ ଏହା ଦେଶର କୌଣସି ସ୍ଥାନରେ ଦୃଶ୍ୟମାନ ହେବନାହିଁ । ଏହି ପୂର୍ଣ୍ଣ ସୂର୍ଯ୍ୟୋପରାଗ ମୁଖ୍ୟତଃ ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ସ୍ପେନ, ରୁଷିଆ ଏବଂ ଆଟଲାଣ୍ଟିକ ମହାସାଗରର କିଛି ଅଞ୍ଚଳରେ ସ୍ପଷ୍ଟ ଭାବେ ଦୃଶ୍ୟମାନ ହେବ। ତେଣୁ ମନ୍ଦିର ମାନଙ୍କରେ ଦେବନୀତି ପ୍ରଭାବିତ ହେବନାହିଁ ।