ମହାକାଳପଡ଼ା, ୧୨/୦୮ : ମହାକାଳପଡ଼ା ବ୍ଲକ ସଦର ମଣ୍ଡଳ / ୨୦ନଂ ଜୋନ ରେ ମଙ୍ଗଳବାର ତ୍ରିରଙ୍ଗା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସଭାପତି ସୌବାଲ୍ୟ ବାହାଲିଆଙ୍କ ଆହ୍ୱାନ କ୍ରମେ ତେରଗାଁ ପଂଚାୟତ ରେ ଓସ୍ତର ଠାରୁ ପଂଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ତ୍ରିରଙ୍ଗା ଯାତ୍ରା ରେ ଜୋନ ର ମହାକାଳପଡ଼ା, କରଞ୍ଜ, ବଡକୁଳଓ ତେରଗାଁ ସମେତ ୪ପଂଚାୟତ ର ଭାଜପା କର୍ମୀ ମାନେ ସାମିଲ ହୋଇଥିଲେ l ସ୍ୱାଧୀନତା ଦିବସ ଅବ୍ୟହିତ ପୂର୍ବରୁ ଦେଶବାସୀ ଙ୍କୁ ପୂର୍ବସୁରୀ ମାନଙ୍କ ର ସ୍ୱାଧୀନତା ସଂଗ୍ରାମ ର ବଳିଷ୍ଠ ଦେଶପ୍ରେମ ଭାଵ କୁ ଜନମାନସରେ ଝଲକ ର ଲକ୍ଷ୍ୟ କୁ ସାଧନ ନେଇ କେନ୍ଦ୍ର ସରକାର ଚେଷ୍ଟିତ ଅଛନ୍ତି l ଏନେଇ ଜନପ୍ରିୟ ପ୍ରଧାନମନ୍ତ୍ରୀ ଙ୍କ ମହତ ପ୍ରଚେଷ୍ଟା କୁ ରାଷ୍ଟ୍ର ରେ ଲହର ସୃଷ୍ଟି ପାଇଁ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସି ତେରଗାଁ ତ୍ରିରଙ୍ଗା ପଦଯାତ୍ରା ରେ ସାମିଲ ହୋଇଥିଲେ l ବ୍ଲକ ଅଧ୍ୟକ୍ଷା ମୀରାରାଣୀ ମହାନ୍ତି, ଜିଲ୍ଲା ବିଜେପି ର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ ସେଠୀ, ରାଜ୍ୟପରିଷଦ ସଭ୍ୟ କୁମରକାନ୍ତ ମହାନ୍ତି, ଏସସି ମୋର୍ଚ୍ଚା ର ଜିଲ୍ଲା ସଭାପତି ପ୍ରଦୀପ ସେଠୀ, ସରପଞ୍ଚ ତେରଗାଁ ବିଦ୍ୟାଧର ସ୍ୱାଇଁ, ବଡକୁଳ ପ୍ରଜ୍ଞାପାରମିତା କର ଆଦି ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ବିଜେପି ବରିଷ୍ଠ ନେତା ସରୋଜ ସାହୁ , ପ୍ରତାପ ରୁଦ୍ର ପାଇକରାୟ, ଜୀବନାନନ୍ଦ ସାହୁ,କିଶୋର ସ୍ୱାଇଁ ଓ ଅମୀୟ ସାମଲ ଙ୍କ ସମେତ ବହୁ ଛାମୁଆକର୍ମୀ ସହଯୋଗୀ ଭାବେ ତ୍ରିରଙ୍ଗା ପଦଯାତ୍ରା ରେ ସାମିଲ ଥିଲେ l