ଜାତୀୟ କ୍ରୀଡା ପୁରସ୍କାର ପାଇଁ ଅର୍ଜୁନ ପୁରସ୍କାର ଘୋଷଣା, କିଟ୍ ବିଶ୍ୱବିଦ୍ୟାଳୟର ୨ ଜଣ ଖେଳାଳି ମନୋନୀତ

ଭୁବନେଶ୍ୱର, ୧୯/୦୮ : କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଜାତୀୟ କ୍ରୀଡା ପୁରସ୍କାର ୨୦୨୫ ପାଇଁ ଅର୍ଜୁନ ପୁରସ୍କାର ନାମ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ମୋଟ ୧୭ ଜଣ ଖେଳାଳିଙ୍କ ସହିତ ଜଣଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ ଦିଆଯାଇଛି । ସେଥିମଧ୍ୟରୁ କିଟ୍ ବିଶ୍ୱବିଦ୍ୟାଳୟର ୨ ଜଣ ଖେଳାଳି ରହିଛନ୍ତି । ଏହି ସଫଳତାରେ କିଟ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଉଭୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଦୁଇ ଖେଳାଳିଙ୍କୁ ମିଶାଇ କିଟ୍ ର ଅର୍ଜୁନ ପୁରସ୍କାର ବିଜେତା ଖେଳାଳି ସଂଖ୍ୟା ୧୪ ରେ ପହଞ୍ଚିଛି ଏବଂ ୨୪ ଜଣ ଅଲିମ୍ପିଆନ୍ ଅଛନ୍ତି ।