ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ହୃଦ୍ ସମ୍ବନ୍ଧୀୟ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଖରାପ ଜୀବନଶୈଳୀ , ମାନସିକ ଚାପ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ଯୋଗୁଁ, ଏହି ସମସ୍ୟା ଆଉ କେବଳ ବୟସ୍କଙ୍କ ମଧ୍ୟରେ ସୀମିତ ନାହିଁ । ଜଙ୍କ୍ ଫୁଡ୍, ତେଲିଆ ଖାଦ୍ୟ, ରିଫାଇନ୍ ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ମଧ୍ୟ ହୃଦରୋଗର ମୁଖ୍ୟ କାରଣ । ଯାହା ଶରୀରରେ ଖରାପ କୋଲେଷ୍ଟ୍ରଲ୍ ଏବଂ ଟ୍ରାଇଗ୍ଲିସେରାଇଡ୍ ବୃଦ୍ଧି କରେ, ଯାହା ଧମନୀରେ ଜମାଟ ବାନ୍ଧିଥାଏ ।
ତେଣୁ ଛୋଟବେଳୁ ନିଜ ଜୀବନଶୈଳୀ ପ୍ରତି ସଚେତନ ହେବା ଜରୁରୀ । ଦୈନନ୍ଦିନ ଖାଦ୍ୟରେ ପନିପରିବା, ଫଳ, ସମ୍ପୂର୍ଣ୍ଣ ଶସ୍ୟ, ଡାଲି ଓ ଅନ୍ୟ ପୌଷ୍ଟିକ ଖାଦ୍ୟକୁ ସାମିଲ କରିବା ସହ ଅଧିକ ତେଲ, ଲୁଣ, ଚିନି ଏବଂ ପ୍ରକ୍ରିୟାକୃତ ଖାଦ୍ୟ କମାଇବା ଭଲ । ଏହା ସହିତ ନିୟମିତ ଶାରୀରିକ କାର୍ଯ୍ୟକଳାପ, ପର୍ଯ୍ୟାପ୍ତ ନିଦ୍ରା ଏବଂ ଚାପ ନିୟନ୍ତ୍ରଣ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।
ଏହା ବ୍ୟତୀତ, ବସି କାମ ଏବଂ ବ୍ୟାୟାମର ଅଭାବ ମେଟାବୋଲିଜିମ୍ କୁ ଧୀର କରିଦିଏ, ଯାହା ହୃଦୟର କାର୍ଯ୍ୟକୁ ପ୍ରଭାବିତ କରେ। ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ କିଛି ଉପଯୁକ୍ତ ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି । ଯାହା ଦ୍ବାରା ହୃଦ୍ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିପାରିବ ଏବଂ ସୁସ୍ଥ ଜୀବନ ଅତିବାହିତ ହେବ । ତେବେ ଆସନ୍ତୁ ସେହି ସବୁ ଖାଦ୍ୟ ସମ୍ପର୍କରେ ଜାଣିବା ।
ବିଟ୍ ରୁଟ୍ : ବିଟରୁଟକୁ ସୁପରଫୁଡ୍ ବୋଲି ବିବେଚନା କରାଯାଏ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ନାଇଟ୍ରିକ୍ ଅକ୍ସାଇଡ ଉତ୍ପାଦନ କରେ । ଯାହା ହାର୍ଟ ବ୍ଲକେଜ୍ ଭଳି ସମସ୍ୟାକୁ ଦୂର କରେ । ରକ୍ତବାହୀ ନଳୀଗୁଡ଼ିକୁ ପ୍ରଶସ୍ତ କରିବାରେ ସାହାଯ୍ୟ କରେ । ଯାହା ଦ୍ବାରା ରକ୍ତ ପ୍ରବାହକୁ ଉନ୍ନତ କରାଯାଇପାରିବ । ଏହାକୁ ସେବନ କରିବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ ।
ବେରି : ଏହାକୁ ଆଣ୍ଟିଅକ୍ସିଡାଣ୍ଟର ଏକ ଭଲ ଉତ୍ସ ଭାବେ ବିବେଚନା କରାଯାଏ । ଏଥିରେ ଥିବା ଆନ୍ଥୋସାୟାନିନ୍ ସ୍ତର ହାର୍ଟ ନଳୀକୁ ପ୍ରଶସ୍ତ କରିଥାଏ । ଏହା ବ୍ଲଡପ୍ରେସର ଭଳି ସମସ୍ୟାକୁ ମଧ୍ୟ ରୋକିବାରେ ସାହାଯ୍ୟ କରେ ।
ରସୁଣ : ରସୁଣରେ ଏଲସିନ୍ ନାମକ ଏକ ଉତ୍ପାଦନ ରହିଛି । ଯାହା ରକ୍ତବାହୀ ନଳୀକୁ ପ୍ରଶସ୍ତ କରିବା ସହ ରକ୍ତ ପ୍ରବାହକୁ ଉନ୍ନତ କରିଥାଏ । ସକାଳେ ଖାଲି ପେଟରେ ୧ରୁ ୨ କୋଲା କଞ୍ଚା ରସୁଣ ଚୋବାଇବା ଦ୍ବାରା ଧମନୀରେ ଜମାଟ ହେବାର ଆଶଙ୍କାକୁ କମ୍ କରିଥାଏ ।
ହଳଦୀ : ହଳଦୀରେ କରକ୍ୟୁମିନ୍ ରହିଛି । ଯାହା ପାୱାରଫୁଲ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ହୋଇ ରହିଛି । ଏହା ଧମନୀରେ ପ୍ରଦାହ ଏବଂ ଚର୍ବି ଜମା ହେବାକୁ ରୋକିଥାଏ । ଯାହା ଧମନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଡାଳିମ୍ବ : ଡାଳିମ୍ବରେ ପ୍ରଚୁର ପରିମାଣରେ ପୋଲିଫୋନାଲ ଏବଂ ଆଣ୍ଟି ଅକ୍ସିଡାଣ୍ଟ ରହିଛି । ଯାହା ଧମନୀର ଭିତର ଆସ୍ତରଣକୁ ସୁରକ୍ଷା ଦେବାରେ ସହାୟକ କରେ ।
ଡାଲଚିନି : ଡାଲଚିନିରେ ଟ୍ରାଇଗ୍ଲିସେରାଇଡ୍ ଏବଂ କୋଲେଷ୍ଟ୍ରଲ୍ ସ୍ତର ହ୍ରାସ କରିବା ଭଳି ପ୍ରଭାବଶାଳୀ ଗୁଣ ରହିଛି । ଯାହା ବ୍ଲଡପ୍ରେସରକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ଧମନୀର କାର୍ଯ୍ୟପ୍ରଣାଳୀକୁ ଉନ୍ନ କରିବାରେ ସାହାଯ୍ୟ କରେ ।
ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିଶ୍ଚିତ ଭାବେ ଏହି ସବୁ ଖାଦ୍ୟକୁ ଆପଣଙ୍କ ଡାଏଟରେ ସାମଲ କରନ୍ତୁ । ଯାହା ଆପଣଙ୍କୁ ହେଲ୍ଦି ଲାଇଫ୍ ପ୍ରଦାନ କରିବ ।