ଭୁବନେଶ୍ୱର, ୨୩/୦୮ : ଦେଶରେ ଶୀଘ୍ର ଲାଗୁ ହେବାକୁ ଯାଉଛି ୱାନ ନେସନ ୱାନ ହେଲ୍ଥ ବା ଏକ ଦେଶ, ଏକ ସ୍ୱାସ୍ଥ୍ୟ ଯୋଜନା। ଦେଶର ସମସ୍ତ ଲୋକଙ୍କ ପାଇଁ ସମାନ ଓ ଉତ୍ତମ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବାକୁ ପ୍ରୟାସ କରୁଛନ୍ତି କେନ୍ଦ୍ର ସରକାର। ସେହିପରି ଖୁବଶୀଘ୍ର ଓଡ଼ିଶା ସରକାର ଆଉ ଗୋଟିଏ ଆପ୍ ଲଞ୍ଚ୍ କରିବାକୁ ଯୋଜନା କରୁଛନ୍ତି। ଏନେଇ ସରକାରଙ୍କ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି ସ୍ୱାସ୍ଥ୍ୟ ସେବାକୁ ଆଗକୁ ନେବାକୁ ଚାଲିଛି ଚେଷ୍ଟା । ଦେଶରେ ଶୀଘ୍ର ଲାଗୁ ହେବ ୱାନ ନେସନ ୱାନ ହେଲ୍ଥ ବା ଏକ ଦେଶ, ଏକ ସ୍ୱାସ୍ଥ୍ୟ ଯୋଜନା, ତାହା ସହ ଡିଜିଟାଲ ପ୍ରେସ୍କିପସନକୁ ଗୁରୁତ୍ୱ ଦିଆଯିବା ସହ ଡାକ୍ତରମାନେ କିଭଳି ଡିଜିଟାଲ ପ୍ରେସ୍କ୍ରିପସନ କରିବେ ତାହା ପାଇଁ ଚେଷ୍ଟା କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଓଡ଼ିଶା ଫାର୍ମାସୀ ଅଫିସର ସର୍ଭିସ ଆସୋସିଏସନର ବାର୍ଷିକ ସମ୍ମିଳନୀରେ ସ୍ଵାସ୍ଥ୍ୟ ମନ୍ତ୍ରୀ ମୁକେଶ ମହଲିଙ୍ଗ ଏ ବଡ ସୂଚନା ଦେଇଛନ୍ତି । ଆଉ ହଇରାଣ ହରକତ ହେବନି ରୋଗୀ। ସବୁ ନିଦାନ ଓ ଚିକିତ୍ସା ସମ୍ବନ୍ଧିତ ରେକର୍ଡ ଗୋଟିଏ କ୍ଲିକରେ ମିଳିବ। ଆଙ୍ଗୁଳି ଟିପରେ ମିଳିବ ଚିକିତ୍ସା ସୁବିଧା। କେନ୍ଦ୍ର ସରକାରଙ୍କ ପକ୍ଷରୁ ନେସନାଲ ହେଲ୍ଥ ଏଥରିଟି ତରଫରୁ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ମାଧ୍ୟମରେ ଆରୋଗ୍ୟ ସେତୁ ୨.୦ ଆପ୍ ଲଞ୍ଚ୍ କରାଯାଇଛି । ଏଥିରେ ସ୍କାନ ଆଣ୍ଡ ସେୟାର କନସେପ୍ଟ ରହିଛି। ପ୍ରେସ୍କ୍ରିପ୍ସନକୁ ସେୟାର କରି ଡିଜିଟାଲ ଲକର୍ ମାଧ୍ୟମରେ ରଖିବେ। ଯାହା ପରବର୍ତ୍ତୀ ସମୟରେ ପରିବାରର ହିଷ୍ଟ୍ରି ଜଣାପଡ଼ିବ । ଫଳରେ ରୋଗୀର ଚିକିତ୍ସା ସହଜ ହେବ।
ବହୁତ୍ ଜଲଦି ଆଉ ଗୋଟେ ଆପ ଓଡ଼ିଶା ସରକାର ଆଣିବେ।ସ୍ୱାସ୍ଥ୍ୟ ସେବାରେ ସୁବିଧା ଏବଂ ସୁରକ୍ଷା ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ ପ୍ରତ୍ୟେକ ରୋଗୀ ଏକ ସ୍ୱତନ୍ତ୍ର ଡିଜିଟାଲ ଆଇଡି ପାଇବେ, ଯେଉଁଥିରେ ସେମାନଙ୍କର ପୁରୁଣା ରୋଗ, ଔଷଧ ଏବଂ ଟେଷ୍ଟ ରିପୋର୍ଟ ସୁରକ୍ଷିତ ରହିବ। କାଗଜପତ୍ରର ଆବଶ୍ୟକତା ପଡ଼ିବ ନାହିଁ। ଡାକ୍ତରଖାନାକୁ ଗଲାବେଳେ ପୁରୁଣା କାଗଜପତ୍ର କିମ୍ବା ଫାଇଲ୍ ସାଙ୍ଗରେ ବୋହିବାକୁ ପଡ଼ିବ ନାହିଁ। ବାରମ୍ବାର ଟେଷ୍ଟରୁ ମୁକ୍ତି: ପୂର୍ବରୁ ହୋଇଥିବା ରୋଗ ନିରାକରଣ ଓ ପରୀକ୍ଷା ରିପୋର୍ଟ ଅନ୍ଲାଇନ୍ରେ ଉପଲବ୍ଧ ହେଉଥିବାରୁ, ଭିନ୍ନ ଡାକ୍ତରଙ୍କ ପାଖକୁ ଗଲେ ବାରମ୍ବାର ସେହି ପରୀକ୍ଷାଗୁଡ଼ିକ ଆଉ କରିବାକୁ ପଡ଼ିବ ନାହିଁ।
ଏଥିସହ ସାମାନ୍ୟ ଜ୍ୱର ହେଉ କି ଥଣ୍ଡା, ଡାକ୍ତରଙ୍କ ପରାମର୍ଶ ନନେଇ ମେଡିସିନ ଷ୍ଟୋରରୁ ଆଣ୍ଟିବାୟୋଟିକ କିଣାଯାଉଛି। ସ୍ୱାସ୍ଥ୍ୟ ବିଭାଗ ସଚେତନ କଲେ ମଧ୍ୟ ତାହା ବ୍ୟାପକ ହେଉନି। ତେଣୁ ଆପ ଦ୍ୱାରା କେଉଁଠି, କେଉଁ ଡାକ୍ତର, କେଉଁ ରୋଗ ପାଇଁ କେଉଁ ଆଣ୍ଟିବାୟୋଟିକ୍ ଲେଖିଲେ… ତାହା ଠିକ୍ କି ନାହିଁ ଜଣା ପଡିବ। ଯାହାଦ୍ୱାରା ଆଣ୍ଟିବାୟୋଟିକ ବ୍ୟବହାରକୁ ନିୟନ୍ତ୍ରଣ କରାଯାଇ ପାରିବ। ଏଥି ସହ ଆପ କହିବ ନିକଟରେ କେଉଁଠି ମେଡିସିନ ଷ୍ଟୋର, ପରୀକ୍ଷା କେନ୍ଦ୍ର, ଡାକ୍ତରଖାନା ଅଛି। ଯାହା ସହଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ପରିବର୍ତନ ଆଣିବ। ତେବେ କେତେଦୂର ଏହି ଆପ ରୋଗୀଙ୍କୁ ସହାୟ ହେଉଛି ତାହା ଦେଖିବାକୁ ବାକି ରହିଲା