ରାକ୍ଷୀ ପରେ ବଦଳିବ ବୁଧଦେବଙ୍କ ଚଳନ, ଏହି ୪ ରାଶିଙ୍କୁ ମିଳିବ ଲାଭ

ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହଙ୍କ ରାଜକୁମାର ବୁଧ ରକ୍ଷାବନ୍ଧନର ଠିକ୍ ପରଦିନ ଅର୍ଥାତ୍ ୨୯ ଅଗଷ୍ଟ ୨୦୨୬ ତାରିଖରେ ଧନ ଏବଂ ଭୌତିକ ସୁଖ-ସୁବିଧାର କାରକ ଶୁକ୍ରଦେବଙ୍କ ସ୍ବାମୀ ପୂର୍ବଫାଲଗୁନି ନକ୍ଷେତ୍ରରେ ପ୍ରବେଶ କରିବେ । ଏହା ପରେ ଅଗଷ୍ଟ ୩୧ ତାରିଖ ଦିନ ଗ୍ରହର ରାଜା ସୂର୍ଯ୍ୟଦେବ ମଧ୍ୟ ଏହି ନକ୍ଷେତ୍ରରେ ଗୋଚର କରିବେ ।

ପୂର୍ବଫାଲଗୁନି ନକ୍ଷେତ୍ର ସୌନ୍ଦର୍ଯ୍ୟ, ସମୃଦ୍ଧି, କଳା ଏବଂ ଭୌତିକ ସୁଖର ପ୍ରତୀକ ବୋଲି ମନାଯାଏ । ଗୋଟିଏ ନକ୍ଷେତ୍ରରେ ବୁଧ ଏବଂ ସୂର୍ଯ୍ୟଙ୍କ ସଂଯୋଗ ‘ବୁଧାଦିତ୍ୟ ଯୋଗ’ ସୃଷ୍ଟି କରେ । ଯାହା ୪ ରାଶିଙ୍କ ଭାଗ୍ୟକୁ ଚମକାଇବା ସହିତ କ୍ୟାରିଅର, ବ୍ୟବସାୟ ଏବଂ ଧନ ମାମଲାରେ ଜବରଦସ୍ତ ସଫଳତା ମିଳିବ ।

ମେଷ : କାରିଅର ଏବଂ ବ୍ୟବସାୟରେ ବଢୁଥିବା ବୁଦ୍ଧି ଏବଂ ନିର୍ଣ୍ଣୟ କ୍ଷମତାରେ ଉନ୍ନତି ହେବ । ବ୍ୟାପାରରେ ନୂଆ ଯୋଜନା ସଫଳ ହେବ ଏବଂ ଆୟର ନୂତନ ଉତ୍ସ ଖୋଲିବ । ଅଟକି ରହିଥିବା ଧନ ପ୍ରାପ୍ତ ହେବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବ ।

ମିଥୁନ : ବୁଧ ଆପଣଙ୍କ ରାଶିର ସ୍ବାମୀ ଅଟନ୍ତି । ସେଥିପାଇଁ ପୂର୍ବଫାଲଗୁନି ନକ୍ଷେତ୍ରରେ ଗୋଚର କରିବା ଦ୍ବାରା ଆପଣଙ୍କ ଯୋଗାଯୋଗ କ୍ଷମତା ଏବଂ ପ୍ରଭାବକୁ ବୃଦ୍ଧି କରିବ । ଚାକିରି କରିଥିବା ଲୋକମାନଙ୍କର ପଦୋନ୍ନତି କିମ୍ବା ଦରମା ବୃଦ୍ଧି ଭଳି ଶୁଭ ଖବର ପାଇପାରନ୍ତି । ନୂତନ ନିବେଶ ଭବିଷ୍ୟତରେ ଯଥେଷ୍ଟ ଲାଭ ଆଣିବ ।

ସିଂହ : ପୂର୍ବା ଫାଲଗୁନି ନକ୍ଷତ୍ର ସିଂହ ରାଶି ଅନ୍ତର୍ଗତ । ସୂର୍ଯ୍ୟ ଏବଂ ବୁଧଙ୍କ ଏହି ଚରଣ ଆପଣଙ୍କ ଆତ୍ମବିଶ୍ବାସ ସହିତ ସମାଜ ଏବଂ କର୍ମକ୍ଷେତ୍ରରେ ଆପଣଙ୍କର ସମ୍ମାନ ବୃଦ୍ଧି କରିବ । ସହଭାଗୀତା କିମ୍ବା ନୂତନ ଚୁକ୍ତିରୁ ବିପୁଳ ଆର୍ଥିକ ଲାଭର ସମ୍ଭାବନା ରହିଛି ।

ତୁଳା : ପୂର୍ବ ଫାଲଗୁନି ନକ୍ଷେତ୍ରର ସ୍ବାମୀ ଶୁକ୍ର ଏବଂ ଶୁକ୍ର ତୁଳା ରାଶିର ସ୍ବାମୀ । ତେଣୁ ଏହି ସମୟ ଆପଣଙ୍କ ପାଇଁ ବରଦାନ ସହିତ ସମାନ ହେବ । ବ୍ୟବସାୟରେ ମନମୁତାବକ ଲାଭ ମିଳିବ । ଜମିବାଡି ଏବଂ ଯାନବାହାନ କିଣିବାର ସ୍ବପ୍ନ ପୂର୍ଣ୍ଣ ହୋଇପାରେ । ଏଥିସହ ପାରିବାରିକ ଜୀବନରେ ସୁଖ- ସମୃଦ୍ଧିର ଆଗମନ ହେବ ।