ଭୁବନେଶ୍ୱର, ୨୬/୦୮ : ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ପୂର୍ବତନ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ। ବୁଧବାର ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ଅନ୍ତର୍ଗତ ଲଇଡାର ଦୂତିକା ସାହୁ କଲେଜରେ ପୂର୍ବତନ ପ୍ରଭାରୀ ଅଧ୍ୟକ୍ଷ ଡକ୍ଟର ବସନ୍ତ କୁମାର ନାୟକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ୭୩.୪୫ ଲକ୍ଷ ଟଙ୍କାର ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ଗିରଫ କରିଛି। ୨୦୧୯-୨୦ ରୁ ୨୦୨୪-୨୫ ଆର୍ଥିକ ବର୍ଷରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୭୩,୪୪,୯୫୦ ଟଙ୍କାର ସରକାରୀ ପାଣ୍ଠିର ଅପବ୍ୟବହାର ମାମଲାରେ ତାଙ୍କୁ ଗିରଫ କରାଯାଇଛି। ପରେ ତାଙ୍କୁ ସମ୍ବଲପୁରର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସଙ୍କ କୋର୍ଟକୁ ପଠାଯାଇଛି। ତଦନ୍ତ ସମୟରେ ଭିଜିଲାନ୍ସ ଦ୍ବାରା ହସ୍ତଗତ ହୋଇଥିବା ପ୍ରମାଣ ଅନୁସାରେ ବସନ୍ତ ନାୟକ ଭୂମିଗତ ବିକାଶ ନକରି କଲେଜ ଭିତ୍ତିଭୂମି କାର୍ଯ୍ୟ ପାଇଁ ଆବଣ୍ଟିତ ପାଣ୍ଠିକୁ ଆତ୍ମସାତ କରିଛନ୍ତି। ୨୦୨୦ ଅଗଷ୍ଟରୁ ୨୦୨୫ ପର୍ଯ୍ୟନ୍ତ ସେ ଅଧ୍ୟକ୍ଷ ଥିବା ସମୟରେ ସରକାରୀ ଟଙ୍କା ଆତ୍ମସାତ କରିଛନ୍ତି । ଢେଙ୍କାନାଳ ସ୍ଥିତ ବାସଭବନ ଓ ଲଇଡ଼ାରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ସେହିପରି ସମ୍ବଲପୁର ଭିଜିଲାନ୍ସ ଟିମ୍ ଲଇଡ଼ାରୁ ବସନ୍ତ ନାୟକଙ୍କୁ ଉଠାଇ ନେଇଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।