ଭୁବନେଶ୍ୱର, ୩୦/୦୮ : ରାତି ଅଧରେ ଆକାଶରୁ ଖସିଲା ଅଜଣା ବସ୍ତୁ, ସ୍ଥାନୀୟ ଲୋକେ ଭୟଭୀତ । ସୁନ୍ଦରଗଡ଼ କିଞ୍ଜିରିକେଲା ଡାକ୍ତରଖାନା ପରିସରରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ପାରାଚୁଟ ମାଧ୍ୟମରେ ଏହି ବସ୍ତୁଟି ତଳକୁ ଖସି ଡାକ୍ତରଖାନା ପରିସରରେ ପଡ଼ିଥିଲା । ଏହି ବସ୍ତୁ ଉପରେ ଚାଇନିଜ୍ ଭାଷାରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳିଛି । ତେବେ ପାରାଚୁଟ୍ରେ ଏଭଳି ବସ୍ତୁ ଏଠାକୁ କିପରି ଆସିଲା ତାର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ପୁଲିସ୍ ଖବର ପାଇବା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଏହି ଅଜଣା ବସ୍ତୁଟି ପାଣିପାଗ ଗବେଷଣା ବା ଅନ୍ୟ କୌଣସି ଉପକରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି ।