ଭୁବନେଶ୍ୱର, ୩୦/୦୮ : ସ୍ତ୍ରୀ ନିର୍ଯାତନା ଅଭିଯୋଗରେ ଭଦ୍ରକ ପୁଲିସ ବାବୁଙ୍କୁ ଗିରଫ କଲା ପୁଲିସ । ସୂଚନା ଅନୁଯାୟୀ ଭଦ୍ରକ ଟାଉନ ଥାନାରେ କାର୍ଯ୍ୟରତ ସବ୍ ଇନସ୍ପେକ୍ଟର ଗଣନାଥ ସେଠୀ ଦୀର୍ଘ ଦିନ ଧରି ପତ୍ନୀଙ୍କୁ ଶାରୀରିକ ଓ ମାନସିକ ଅତ୍ୟାଚାର କରୁଥିଲେ। ଘଟଣାରେ ବାରମ୍ବାର ସମାଧାନ କରାଯିବାକୁ ଚେଷ୍ଟା କରାଯିବା ସତ୍ବେ ବାରମ୍ବାର ପତ୍ନୀଙ୍କୁ ଅତ୍ୟାଚାର କରୁଥିଲେ। ଗଣନାଥଙ୍କ ପତ୍ନୀଙ୍କ ଅଭିଯୋଗ ଆଧାରରେ ଟାଉନ ଥାନା ପୁଲିସ ଗଣନାଥଙ୍କୁ ଗିରଫ କରିଥିବାର ସୂଚନା ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ଯ ଅନେକ ପୁଲିସ ବାବୁଙ୍କ ନାମରେ ଏଭଳି ସଂଗୀନ ଅଭିଯୋଗ ଆସିଛି।