ରାଜ୍ୟସ୍ତରୀୟ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି, ଭୁବନେଶ୍ଵର ପକ୍ଷରୁ ୨୩ତମ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, ୦୮/୦୯ : ଓଡ଼ିଶାର ନବନିର୍ମାତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ବାଳ ଥିଲେ ଜଣେ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ଵ । ତାଙ୍କର ସମୟାନୁବର୍ତ୍ତିତା ଓ ପ୍ରତିବଦ୍ଧତାକୁ ଆଜିର ଯୁବପିଢ଼ି ସଂକଳ୍ପ ଭାବେ ଗ୍ରହଣ କରିବାର ଆବଶ୍ୟକ‌ତା ରହିଛି । ଏହାକୁ ଗ୍ରହଣ କଲେ ରାଜ୍ୟର ଉନ୍ନତି ହେବାସହ ରାଜନୀତିରେ ଏକ ନୂତନ ଧାରା ସୃଷ୍ଟି ହେବ। ତାଙ୍କ କାର୍ଯ୍ୟଧାରାରେ ରହିଥିଲା ନିଷ୍ଠା ଓ ପ୍ରତିବଦ୍ଧତା । ଏହି ଦୂରଦୃଷ୍ଟି ସମ୍ପନ୍ନ ରାଜନେତାଙ୍କ କାର୍ଯ୍ୟ କରିବାର ଶୈଳୀ ଓ ସାଧାରଣତଃ ରାଜନୀତିରେ କ୍ଵଚିତ ଦେଖୁବାକୁ ମଳିଥାଏ ବୋଲି ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବସନ୍ତ କୁମାର ବିଶ୍ୱାଳଙ୍କ ୨୩ତମ ଶ୍ରାଦ୍ଧ ସଭାରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ।

ରାଜ୍ୟସ୍ତରୀୟ ବସନ୍ତ କୁମାର ବିଶ୍ୱାଳ ସ୍ମୃତି କମିଟି, ଭୁବନେଶ୍ଵର ପକ୍ଷରୁ ସ୍ଵର୍ଗତ ବସନ୍ତ କୁମାର ବିଶ୍ବାଳଙ୍କର ୨୩ତମ ଶ୍ରାଦ୍ଧ ଦିବସ ପାଳନ ହୋଇଛି। ଏଥିରେ ଆୟୋଜକମାନେ ଶ୍ରାଦ୍ଧ ଦିବସ ସ୍ମୃତିଚାରଣ ସଭାକୁ ଏକ ନିଆରା ଢ଼ଙ୍ଗରେ ପାଳିବା ପାଇଁ ନିଷ୍ପତି ନେଇଥିଲେ। ଆମର ପରବର୍ତ୍ତୀ ପିଢ଼ି ଅର୍ଥାତ୍ ଯୁବପିଢ଼ି ସ୍ବର୍ଗତ ବିଶ୍ବାଳଙ୍କ ସମ୍ପର୍କରେ ଅବଗତ କରାଇବା ଲାଗି ବିଭିନ୍ନ ରାଜନୈତିକ ଦଳର ଯୁବନେତୃତ୍ବ ଓ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭକରିଥିବା ମହିଳାମାନଙ୍କୁ ଅତିଥି ଭାବେ ଚୟନ କରାଯାଇଥିଲା। ସେମାନେ ମଧ୍ୟ ସ୍ଵର୍ଗତ ବିଶ୍ବାଳଙ୍କର ସ୍ମୃତିଚାରଣ କରିଥିଲେ ।

 

ଆୟୋଜିତ ଶ୍ରାଦ୍ଧ ସଭାରେ ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ନାରାୟଣ ଜେନା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମୟର ପରିଚାଳନା ସମ୍ପାଦକ ତ‌ଥା ପୂର୍ବତନ ସାଂସଦ ଗଞ୍ଜୀବ ବିଶ୍ଵାଳ ମଞ୍ଚାସୀନ ଅତିଥ୍‌ଙ୍କୁ ସମ୍ବଦ୍ଧିତ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବେ ସମ୍ବାଦ ଓ କନକ ଟିଭିର ସମ୍ପାଦିକା ତନୟା ପଟ୍ଟନାୟକ, ଏଆଇସିସି ସଦସ୍ୟା ତଥା ଯୁବ କଂଗ୍ରେସ ନେତ୍ରୀ ମନିଷା ତ୍ରୀପାଠୀ, ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ସର୍ଗତ ବସନ୍ତ ବିଶ୍ୱନଙ୍କ କୀର୍ତି, ତୃତା ଓ କର୍ମମୟ ଜୀବନ ଉପରେ ଇଦ୍‌ବୋଧନ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭବିଷ୍ୟତ ପିଢ଼ି ବଳନ୍ତ ବାକୁଙ୍କ ବିଷୟରେ ଅଧିକ ଜାଣିବାର ଆବଶ୍ୟକତା ଅଛି ବୋଲି ମତ ରଖ୍ ନିଜ ଉଦ୍ୟମରେ ଅନେକ ତଥ୍ୟ ସଂଗ୍ରହ କରିଥିଲେ । ୮୦ ଓ ୯୦ ଦଶକରେ ହସନ୍ତ ଚାହୁଙ୍କ ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଦାଇତ୍ୱ ନେଇ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବରେ ବସନ୍ତ ବାବୁ ଏକ ସ୍ଥାପନ କରିଯାଇଛନ୍ତି ଓ ସେହି ବିଚାରଧାରା ନେଇ ଯୁବଶକ୍ତି ଆଗକୁ ବଢ଼ିବା ଉପରେ ସେ ମତ କଲେ । ଶ୍ରୀମତୀ ତ୍ରିପାଠୀ କହିଥିଲେ ଯେ ଅବିଭକ୍ତ କୋରାପୁଟ ଜିଲ୍ଲା ଯେତେବେଳେ ଲୋକର ଭୂଖଣ୍ଠ ବା ଓ ବିକାଶ ଧାରାରୁ ବହୁ ପଛରେ ଥିଲା ସେହି ସମୟରେ ନବରଙ୍ଗପୁର ଜିଲ୍ଲାରେ ଇନ୍ଦ୍ରାବତୀ ଜଳସେଚନ ପ୍ରକ‌ଳ୍ପ କରି କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର କୃଷି ମାନଚିତ୍ରକୁ ବଦଳେଇ ଦେଇଥିଲେ । ଅଭିଭକ୍ତ କୋରାପୁଟ ଜିଲ୍ଲାକୁ ନାଇଜେରିଆ ଭାବେ ପରିଚିତ କରାଇଥିବା ବେଳେ ଦଣ୍ଡା ଆଦିମ ଜନଜାତି ପାଇଁ ବଣ୍ଡା ଜନଜାତି ପରିଷଦ ଗଠନ କରି ସେହି ବର୍ଗକୁ ସମାଜର ପୁଖ୍ୟସ୍ରୋତରେ ସାମିଲ କରିବାର ମୂଳଦୁଆ ପକାଇଥିଲେ । ନବରଙ୍ଗପୁର ଜିଲ୍ଲାର ସହୀଦ ପୀଠକୁ ଭକ୍ତ ତୀର୍ଥ ନାମକରଣ କରି ସରକାରୀ ମାନ୍ୟତା ଦେବା ବସନ୍ତ ବାବୁଙ୍କ ପ୍ରତିବଦ୍ଧତାକୁ ମନେ ପକାଇଛି ବୋଲି ରଖିଥିଲେ ।

୧୨ ମାସଲେ ୭ ଉତ୍ସ ମଧ୍ୟରେ ବସନ୍ତ ଋତୁ ଯେପରି ଶ୍ରେଷ୍ଠ ଠିକ୍ ସେହିପରି ଜଣେ ନିଷ୍ଠାଦାନ କର୍ମବୀର ଭାବରେ ବସନ୍ତ ବାବୁ ଶ୍ରେଷ୍ଠ ବୋଲି ଶ୍ରୀମତଃ ଶ୍ରୀପ‌ଠା ଅଭିହିତ କରିଥିଲେ । ରାଜନୀତିରେ ବସନ୍ତ ବାବୁଙ୍କ ପରିଚୟ ଥିଲା ବୋଲି ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ବକ୍ତା ସଂଘମିତ୍ରା ଜେନା ବସନ୍ତ ବାବୁଙ୍କ ଅମ୍ଳାନ ଓ ଅମୃତ ସ୍କୃତି ପ୍ରତି ପରକ୍ଷୀର ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କ ଜୀବଦ୍ଦଶାରେ ଯେଉଁ କର୍ମ କରିଥିଲେ ଆଗାମୀ ଯୁବପିଢ଼ି ଅନୁସରଣ କରିବାର ସମୟ ଆସିଛି ବୋଲି ମତ ରଖିଥିଲେ । ସେ କହିଥିଲେ ଯେ ପ୍ରତିପକ୍ଷ ରାଜନେତାଙ୍କୁ ସ୍ବର୍ଗତ ବିଶ୍ୱାଳ ଯଥେଷ୍ଟ ସମ୍ମାନ ଦେବାସହ ତାଙ୍କ ଅଞ୍ଚଳର ସମସ୍ୟାକୁ ପ୍ରାଥମିକତା ଦେଇ ସମାଧାନ କରୁଥିଲେ । କୌଣସି ଜାଗାକୁ ଯିବା ପୂର୍ବରୁ ସେ ପ୍ରଥମେ ତାହାର ସମସ୍ୟାକୁ ସମାଧାନ ଉପରେ ଗୁରୁତ୍ୱ ଦେଇଥିଲେ। ଏହି ପ୍ରସଙ୍ଗରେ ସେ ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେକର ଏକ ଘଟଣାକୁ ଅବତାରଣା କରିଥିଲେ ।