ସ୍ୱାମୀକୁ ଅପହରଣ, ମା ଝିଅ କୁ ଜୀବନରେ ମାରିଦେବାକୁ ଧମକ ନେଇ ଥାନାରେ ଅଭିଯୋଗ 

ମହାକାଳପଡ଼ା, ୧୭/୦୯ : ମହାକାଳପଡ଼ା ଥାନା ଅନ୍ତର୍ଗତ ବରକନ୍ଧା ପଞ୍ଚାୟତ ତେନ୍ତୁଳିକନ୍ଧା ଗ୍ରାମର ଦୀପକ ପ୍ରଧାନଙ୍କ ସ୍ତ୍ରୀ ଅନୁପମା ରାଉତ ମହାକାଳପଡ଼ା ଥାନାରେ ଏକ ସଂଗୀନ ଅଭିଯୋଗ ଆଣିଛନ୍ତି। ସେହି ଗ୍ରାମର ଜନୈକ ବିଧବା ମହିଳା ଦୀର୍ଘ ୩ ବର୍ଷ ହେବ ଚକ୍ରାନ୍ତ କରି ତାଙ୍କ ସ୍ଵାମୀଙ୍କୁ ନେଇଯାଇଥିବା ବେଳେ ଏବେ ଅନୁପମା ଓ ତାଙ୍କ ଝିଅକୁ ଜୀବନରୁ ମାରିଦେବାକୁ ଫୋନ ଯୋଗେ ଧମକ ଦେଉଥିବାର ଅଭିଯୋଗ ରେ ଦର୍ଶାଇଛନ୍ତି l ତେନ୍ତୁଳିକନ୍ଧା ଗ୍ରାମର ଦୀପକ ଏବଂ ଅନୁପମା ବୈଦିକ ରୀତିରେ ବିବାହ କରିଥିଲେ । ବିବାହର ଗୋଟିଏ ବର୍ଷ ପରେ ଏକ କନ୍ୟା ସନ୍ତାନ ଜନ୍ମ ହେବାପରେ ପରିବାର ହସଖୁସିରେ ଚାଲିଥିଲା। ସେହି ଗ୍ରାମର ସ୍ୱର୍ଗତ ଗଗନ ସେନାପତିଙ୍କ ବିଧବା ସ୍ତ୍ରୀ ଅମାନି ଦୀପକକୁ ଚଞ୍ଚକତା କରି ଓଡ଼ିଶା ବାହାରକୁ ନେଇ ଯାଇଥିଲା l ଏ ଘଟଣା ଜାଣିବା ପରେ ଅନୁପମା ମହାକାଳପଡ଼ା ଥାନାରେ ଏକ ଅଭିଯୋଗ ଦେଇଥିଲେ। ଅଭିଯୋଗ ଦେବାର ୬ ମାସ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା। ଏ ନେଇ ସେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇବା ପରେ ପୋଲିସ ୧୮/୯/୨୦୨୩ ରିଖରେ ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରି ତଦନ୍ତ ଚାଲୁଛି କହି ମାମଲାକୁ ଚାପି ଦେଇଥିଲା । ଚଳିତ ବର୍ଷ ରାଇଟ ଟୁ ଏଜୁକେସନ ସ୍କିମରେ ଝିଅ କେନ୍ଦ୍ରାପଡ଼ାର ଏକ ପ୍ରତିଷ୍ଠିତ ବେସରକାରୀ ସ୍କୁଲରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତା ହେବାରୁ ଦୀପକ ଝିଅର ଆଡ଼ମିଶନ ପାଇଁ କିଛି ଟଙ୍କା ପଠାଇଥିଲେ।ଏହା ଜାଣିବା ପରେ ଅମାନି ସାମଲ ଦୀପକଙ୍କୁ ନିର୍ଯାତନା ଦେବାସହ ପରିବାର ସହ କୌଣସି ସମ୍ପର୍କ ନ ରଖିବାକୁ ବଳ ପ୍ରୟୋଗ କରୁଥିବା ଅନୁ ଅଭିଯୋଗ କରିଛନ୍ତି।ଅମାନି ବାରମ୍ବାର ଫୋନ ଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ମା ଝିଅଙ୍କୁ ଫାଡ଼ି ଲୁଣ ଦେଇ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଅନୁ ତାଙ୍କ ଏତଲା ରେ ଉଲେଖ କରିଛନ୍ତି। ଅମାନି ପରି ଯେଉଁ ନାରୀ ନିଜ ଗର୍ଭରୁ ଜାତ ଦୁଇ ଛୋଟ ଛୋଟ ପିଲାମାନଙ୍କୁ ଛାଡି ପରପୁରୁଷକୁ ଧରି ରାଜ୍ୟ ବାହାରେ ଆୟାସ କରୁଛି ସେ କେବେବି କିଛି କରିପାରେ ବୋଲି ଅନୁ ନିଜ ର ସୁରକ୍ଷା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅପରପକ୍ଷରେ ଦୀପକ ବିଧବା ମହିଳାଙ୍କୁ ବଳାତ୍କାର କରିଥିବା ନେଇ ଅମାନି ଥାନାରେ ଅଭିଯୋଗ କରିଛନ୍ତି।ଉଭୟ ଙ୍କ ଅଭିଯୋଗ ର ତଦନ୍ତ କରାଯାଇ ଖୁବଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନାଧିକାରିଣୀ କହିଛନ୍ତି।