ଜେଲ୍‌ରେ ରହିବେ ନା ବାହାରିବେ ଦାରା ସିଂ, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ, ୧୭/୦୯ : ବହୁ ଚର୍ଚ୍ଚିତ ଗ୍ରାହାମ୍‌ ଷ୍ଟେନ୍ସ ହତ୍ୟା ମାମଲା । ଦାରା ସିଂହଙ୍କୁ ଆଗୁଆ ଜାମିନ ମିଳିବ କି ନାହିଁ ସେନେଇ ଆଜି ସୁପ୍ରିମକୋର୍ଟରେ ହେବ ଶୁଣାଣି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ ନିଜ ରିପୋର୍ଟ ପ୍ରଦାନ କରିଛନ୍ତି । ବିଭିନ୍ନ ଦିଗରୁ ବିଚାର କରି ରାଜ୍ୟ ଦଣ୍ଡ ସମିକ୍ଷା ବୋର୍ଡ ଦାରା ସିଂ ଓରଫ୍‌ ରବୀନ୍ଦ୍ର କୁମାର ପାଲଙ୍କ ଆଗୁଆ ମୁକ୍ତି ବା ସଜା କମାଇବା ଆବେଦନକୁ ଖାରଜ କରିଦେଇଛନ୍ତି ।