ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା, ଆସନ୍ତା ୨୨ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର, ୧୭/୦୯ : ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟା ପୁଣି ଘୁଞ୍ଚିଲା । ୨୨ ତାରିଖରେ ମାମଲା ପରବର୍ତ୍ତି ଶୁଣାଣି ହେବ । ଆଜି ସୁପ୍ରିମକୋର୍ଟରେ ପକ୍ଷ ରଖିଛନ୍ତି ସୁଶାନ୍ତନାଥ । ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନ ପ୍ରକ୍ରିୟାର ମୂଳ ତାଲିକାରେ ରହିଥିଲେ ସୁଶାନ୍ତ । କିନ୍ତୁ ପୋଲିସ ଏସଆଇ ନିଯୁକ୍ତିରେ ଅନିୟମିତତା ଅଭିଯୋଗରେ ସିବିଆଇ ତଦନ୍ତ ପରିପ୍ରେକ୍ଷୀରେ ତାଙ୍କୁ ପଚରାଉଚରା କିମ୍ବା ତାଙ୍କ ବୟାନ ରେକର୍ଡ କରିବା ସମ୍ଭାବନା ରହିଛି । ଏନେଇ ସିବିଆଇ ଚିଠି ଲେଖି ରାଜ୍ୟ ଗୃହ ବିଭାଗକୁ ଜଣାଇଥିବା ଜଣାପଡ଼ିଛି । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ସମୟରେ ସୁଶାନ୍ତ ନାଥ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡର ଅଧ୍ୟକ୍ଷ ରହିଥିଲେ । ତେଣୁ ତଦନ୍ତକାରୀ ସଂସ୍ଥା ତାଙ୍କଠାରୁ କିଛି ତଥ୍ୟ ଜାଣିବାକୁ ଚାହିଁପାରେ । ଏହା ସୁଶାନ୍ତଙ୍କ ଇଣ୍ଟେଗ୍ରିଟି ସାର୍ଟିଫିକେଟକୁ ମଧ୍ୟ ପ୍ରଭାବିତ କରିବା ଆଶଙ୍କା ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଡିଜିପି ଚୟନ ମାମଲାରେ ସୁପ୍ରିମ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସୁଶାନ୍ତ ନାଥ । ତାଙ୍କ ଏଣ୍ଟ୍ରି ସହ ଏବେ କେବଳ ରାଜ୍ୟ ସରକାର, ୟୁପିଏସସି କିମ୍ବା ମୂଳ ଆବେଦନକାରୀଙ୍କ ଯୁକ୍ତି ନୁହେଁ, ପ୍ରକ୍ରିୟାରେ ପ୍ରଭାବିତ ହେବାକୁ ଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ପକ୍ଷ ମଧ୍ୟ ଡିଜିପି ଚୟନ ପ୍ରକ୍ରିୟାରେ ସାମ୍ନାକୁ ଆସିଛି । ଓଡ଼ିଶା ଡିଜିପି ଚୟନ ନିଯୁକ୍ତି ବେଳେ ୨୦୦୬ ପ୍ରକାଶ ସିଂ ମାମଲାର ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ ଅଭିଯୋଗରେ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି ।

ଅଗଷ୍ଟ ୭ରେ ୟୁପିଏସସି ଓଡ଼ିଶାର ପରବର୍ତ୍ତୀ ଡିଜିପି ଚୟନ ପାଇଁ ୩ ଜଣିଆ ବରିଷ୍ଠ ଅଫିସରଙ୍କ ନାମ ଏମପ୍ୟାନେଲ କରିବାର ଥିଲା । କିନ୍ତୁ ପୂର୍ବରୁ ପ୍ରଦାନ କରାଯାଇଥିବା ତାଲିକା ପ୍ରତ୍ୟାହାର କରି ଦୁଇଜଣ ଆଇପିଏସ ସଞ୍ଜୀବ ପଣ୍ଡା ଓ ୟଶୱନ୍ତ ଜେଠୱାଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ଦେଇ ନୂଆ ତାଲିକା ପଠାଯାଇଥିଲା । ସେପଟେ ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ଏଜି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି, ରାଜ୍ୟ ସରକାର ଡିଜିପ ଚୟନ ତାଲିକା ପ୍ରସ୍ତୁତିରେ ପ୍ରକାଶ ସିଂ ରାୟର କୌଣସି ଉଲ୍ଲଂଘନ କରି ନାହାନ୍ତି । କିଛି ନ୍ୟସ୍ତସ୍ୱର୍ଥ୍ୟ ଗୋଷ୍ଠୀ ଡିଜିପି ଚୟନ ପ୍ରକ୍ରିୟାକୁ ବିଳମ୍ୱ କରିବାକୁ ଚାହୁଁଛନ୍ତି । ମେ ମାସରେ ରାଜ୍ୟ ସକାର ତାଲିକା ୟୁପିଏସିକୁ ପଠାଇଥିଲେ । ଅଗଷ୍ଟ ମାସରେ ୟୁପିଏସି ପ୍ୟାନେଲ ବୈଠକ ସମୟରେ, କିଛି ଅଗ୍ରଗତି ବିଷୟରେ ରାଜ୍ୟ ସରକାର ଅବଗତ କରାଇଥିଲେ । ଯେଉଁ ଇଣ୍ଟିଗ୍ରିଟି ସାର୍ଟିଫିକେଟ୍ ପ୍ରତ୍ୟାହାର କଥା ଉଠିଛି, ସେଥିରେ କିଛି ବ୍ୟତିକ୍ରମ ହୋଇ ନାହିଁ ବୋଲି ପୀତାମ୍ବର ଆଚାର୍ଯ୍ୟ କହିଛନ୍ତି ।