ଛୋଟ ପିଲାଙ୍କ ପାସପୋର୍ଟ ନିୟମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ କ’ଣ ମିଳିବ ଫାଇଦା…

ନୂଆଦିଲ୍ଲୀ, ୧୮/୦୯ : କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ପାସପୋର୍ଟକୁ ନେଇ ନୂଆ ନିୟମ ଜାରି କରିଛନ୍ତି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପାସପୋର୍ଟ (ସଂଶୋଧନ) ନିୟମ, ୨୦୨୬କୁ ନୋଟିଫାଏ କରାଯାଇଛି । ଏହାଦ୍ୱାରା ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କ ପାସପୋର୍ଟର ବୈଧତାକୁ ବଢ଼ାଇ ଦିଆଯାଇଛି । ନୂଆ ନିୟମ ଅନୁସାରେ, ୧୫ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଜାରି ହେଉଥିବା ୩୬ ପୃଷ୍ଠାର ସାଧାରଣ ପାସପୋର୍ଟ ଏବେ ୫ ବର୍ଷ କିମ୍ବା ପିଲାର ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ଆସିବ, ସେତେଦିନ ପର୍ଯ୍ୟନ୍ତ ବୈଧ ରହିବ ।