ନୂଆଦିଲ୍ଲୀ, ୧୬/୧୦ : ସୀମା ପୁନଃନିର୍ଦ୍ଧାରଣ ବା ଡିଲିମିଟେସନ ଏବଂ ମହିଳା ସଂରକ୍ଷଣ ବିଲ୍ ପାସ୍ କରାଇବା ପାଇଁ କେନ୍ଦ୍ର ସରକାରଙ୍କ ଜୋରଦାର ପ୍ରୟାସ । ଚଳିତ ମାସ ଶେଷ ଆଡ଼କୁ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯିବାର ସମ୍ଭାବନା ଥିବା ବେଳେ ସମର୍ଥନ ଯୋଗାଡ଼ କରିବା ପାଇଁ ସରକାର ଡିଏମକେ ଏବଂ କିଛି ଛୋଟ ବିରୋଧୀ ଦଳ ସହ ଯୋଗାଯୋଗ କରୁଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ SIR ବିରୋଧରେ ବିରୋଧୀଙ୍କ ତୀବ୍ର ବିକ୍ଷୋଭ ମଧ୍ୟରେ, ସୀମା ପୁନଃନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସଂକ୍ରାନ୍ତ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିବା ପାଇଁ ସରକାର ଏହି ମାସ ଶେଷରେ ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ସମ୍ଭାବନା ରହିଛି ।