ଭୁବନେଶ୍ୱର, ୨୮/୧୦ : ବାଲିଅନ୍ତା ସ୍ମୃତି ରଞ୍ଜନ ମୃତ୍ୟୁ ଘଟଣା । ଗିରଫ ହେଲେ ଅଭିଯୁକ୍ତ ବାପ ଓ ପୁଅ । ବାପା ଅଶୋକ ଜେନା ଓ ପୁଅ ଆଶିଷ ଜେନାକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ପିପିଲି ଅଂଚଳରେ ଲୁଚିଥିବା ବେଳେ ଉଭୟଙ୍କୁ ରାତି ଅଧିଆ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଉଭୟ ବାପ ପୁଅ ଥିଲେ ସ୍ମୃତି ରଞ୍ଜନ ମୃତ୍ୟୁ ଘଟଣା ର ମାଷ୍ଟର ମାଇଣ୍ଡ ! ପୁର୍ବରୁ ମଧ୍ୟ ଜଣେ ଅଭିଯୁକ୍ତ ଗିରଫ କରିଥିଲା କମିଶନରେଟ ପୋଲିସ । ମୋଟ ଗିରଫ ସଂଖ୍ୟା ତିନିରେ ପହଞ୍ଚିଛି । ତେବେ ସାମାନ୍ୟ ପେଟ୍ରୋଲ ପକାଇବାକୁ ନେଇ ବଚସା ହୋଇଥିଲା । ପରେ ସଙ୍ଘବଦ୍ଧ ଭାବେ ଆକ୍ରମଣ ଯୋଗୁଁ ପରେ ସ୍ମୃତି ରଞ୍ଜନ ଙ୍କର ମୃତ୍ୟୁ ହୋଇଛି । ଘଟଣାକୁ ନେଇ ଥାନା ଘେରାଉ ସହ ବାଲିଅନ୍ତା ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଆହୁରି ଅନେକ ଅଭିଯୁକ୍ତ ମଧ୍ୟ ଫେରାର ଅଛନ୍ତି ।