ଭୁବନେଶ୍ୱର, ୨୯/୧୦ : ବାତ୍ୟା ପରବର୍ତ୍ତୀ ବର୍ଷା ଓ ବ୍ରିଜ୍ ଉପରେ ବିପଦ ସଙ୍କେତ ଉପରେ ପାଣି ପ୍ରବାହିତ ହେବା ଯୋଗୁଁ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଇଚ୍ଛାପୁରମ୍–ଜାଡୁପୁଡ଼ି ରେଳଖଣ୍ଡରେ ଦୁଇଟି ବ୍ରିଜ୍ ଉପରେ ଜଳସ୍ତର ବିପଦ ସଙ୍କେତ ଟପିବା ପରେ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନେକ ଟ୍ରେନ୍ ବାତିଲ ଓ ଅନ୍ୟ ରୁଟ୍ରେ ଚଳାଚଳ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି। ଜଳସ୍ତର କମିବା ଏବଂ ରେଳପଥ ସୁରକ୍ଷିତ ବୋଲି ଘୋଷଣା ହେବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ କରାଯିବ।
ବାତିଲ ହେଲା ୯ଟି ଟ୍ରେନ୍
– ୨୦୮୪୧: ଭୁବନେଶ୍ୱର–ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ୍ (୨୯ ଅକ୍ଟୋବର)
– ୨୨୮୧୯: ଭୁବନେଶ୍ୱର ନ୍ୟୁ–ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍ (୨୯ ଅକ୍ଟୋବର)
– ୧୭୦୧୫: ଭୁବନେଶ୍ୱର ନ୍ୟୁ–ସିକନ୍ଦରାବାଦ ବିଶାଖା ଏକ୍ସପ୍ରେସ୍ (୨୯ ଅକ୍ଟୋବର)
– ୫୮୫୩୧: ବ୍ରହ୍ମପୁର–ବିଶାଖାପାଟଣା ପାସେଞ୍ଜର (୨୯ ଅକ୍ଟୋବର)
– ୫୮୫୩୨: ବିଶାଖାପାଟଣା–ଭୁବନେଶ୍ୱର ପାସେଞ୍ଜର (୨୯ ଅକ୍ଟୋବର)
– ୧୮୫୨୫: ବ୍ରହ୍ମପୁର–ବିଶାଖାପାଟଣା ଏକ୍ସପ୍ରେସ୍ (୨୯ ଅକ୍ଟୋବର)
– ୧୨୭୦୩: ହାୱଡ଼ା–ସିକନ୍ଦରାବାଦ ଫଳକନୁମା ଏକ୍ସପ୍ରେସ୍ (ବାତ୍ୟା ଯୋଗୁଁ)
– ୧୮୪୪୭: ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (୨୯ ଅକ୍ଟୋବର)
– ୧୮୪୪୮: ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (୩୦ ଅକ୍ଟୋବର)
୧୪ଟି ଟ୍ରେନ୍ର ରୁଟ୍ ପରିବର୍ତ୍ତନ
ରେଳପଥରେ ଜଳସ୍ତର ବୃଦ୍ଧି ଯୋଗୁଁ ମୋଟ ୧୪ଟି ଟ୍ରେନ୍କୁ ବିକଳ୍ପ ରୁଟ୍ରେ ଚଳାଚଳ କରାଯିବ। ଏଥିରେ ବ୍ରହ୍ମପୁର–ଉଧନା ଅମୃତ ଭାରତ ଏକ୍ସପ୍ରେସ୍, ଭୁବନେଶ୍ୱର–ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍, ହାୱଡ଼ା–ବେଙ୍ଗାଲୁରୁ ଏକ୍ସପ୍ରେସ୍, ଭାଗଲପୁର–ୟଶବନ୍ତପୁର ଅଙ୍ଗ ଏକ୍ସପ୍ରେସ୍, ସିକନ୍ଦରାବାଦ–ହାୱଡ଼ା ଫଳକନୁମା ଏକ୍ସପ୍ରେସ୍ ଓ ତିରୁପତି–ପୁରୀ ଏକ୍ସପ୍ରେସ୍ ସମେତ ଅନ୍ୟ ଟ୍ରେନ୍ ରହିଛି।
କିଛି ଟ୍ରେନ୍ ଅନୁଗୁଳ–ସମ୍ବଲପୁର–ରାୟଗଡ଼ା–ବିଜୟନଗରମ୍ ରୁଟ୍ରେ ଚଳାଚଳ କରିବ। ଅନ୍ୟ କିଛି ଟ୍ରେନ୍ ବିଜୟନଗରମ୍–ଟିଟିଲାଗଡ଼–ଝାରସୁଗୁଡ଼ା–ଖଡ଼ଗପୁର କିମ୍ବା ସମ୍ବଲପୁର–ଅନୁଗୁଳ–କଟକ ରୁଟ୍ ଦେଇ ଯାତ୍ରା କରିବ। ତେବେ ପ୍ରତ୍ୟେକ ଟ୍ରେନ୍ର ବିକଳ୍ପ ରୁଟ୍ ଭିନ୍ନ ରହିଛି।
ଯାତ୍ରୀମାନେ ଷ୍ଟେସନ୍ ଯିବା ପୂର୍ବରୁ ନିଜ ଟ୍ରେନ୍ର ଚଳାଚଳ ସ୍ଥିତି, ବାତିଲ ଓ ରୁଟ୍ ପରିବର୍ତ୍ତନ ସମ୍ପର୍କରେ ଯାଞ୍ଚ କରିବାକୁ ରେଳବାଇ ପରାମର୍ଶ ଦେଇଛି। ଏଥିପାଇଁ ଜାତୀୟ ଟ୍ରେନ୍ ଏନ୍କ୍ୱାରି ସିଷ୍ଟମ୍ (NTES) କିମ୍ବା ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ ଦେଖିପାରିବେ।