ଦିଲ୍ଲୀରେ ଗର୍ଜିଲେ ରାହୁଲ : ଦେଲେ ଚେତାବନୀ ଜ୍ଞାନେଶ କୁମାରଙ୍କ ପଦରୁ ହଟାଇ ତାଙ୍କୁ ଜେଲ୍‌ ପଠାଯିବ

ନୂଆଦିଲ୍ଲୀ, ୦୨/୧୧ : ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରବିବାର ଦିଲ୍ଲୀର ରାମଲୀଲା ମୈଦାନରେ ଆୟୋଜିତ ଇଣ୍ଡି ମେଣ୍ଟର ଏକ ବିଶାଳ ରାଲିରେ କେନ୍ଦ୍ର ସରକାର ଓ ନିର୍ବାଚନ କମିସନଙ୍କ ଉପରେ ବର୍ଷିଛନ୍ତି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ପଦରୁ ହଟାଇ ତାଙ୍କୁ ଜେଲ୍‌ ପଠାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ଇଭିଏମ୍‌ ଏବଂ ଭୋଟର ପରିଚୟପତ୍ର ତାଲିକାରେ ହେରଫେର କରି ଭୋଟ ଚୋରି କରାଯାଇଛି । ଏହି ଭୋଟ ଚୋରି କୌଣସି ସାଧାରଣ ଚୋରି ନୁହେଁ, ଏହା ଦେଶର ପ୍ରତ୍ୟେକ ନାଗରିକଙ୍କ ମତ ଚୋରି ଏବଂ ଏହା ଦେଶଦ୍ରୋହ ବୋଲି ରାହୁଲ କହିଛନ୍ତି ।