ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼, ହରିବୋଲ ଧ୍ୱନିରେ ପ୍ରକମ୍ପିତ ପୁରୀ

ଭୁବନେଶ୍ୱର, ୦୨/୧୧ : ଚାଲିଛି ମହା କାର୍ତ୍ତିକ ବ୍ରତ। ଆଜି କାର୍ତ୍ତିକ ମାସ ର ଦ୍ୱତୀୟ ସୋମବାର। ସାଧାରଣ ଲୋକ ଙ୍କ ସହିତ ହଜାର ହଜାର ହବିଷ୍ୟାଳିଙ୍କ ସମାଗମରେ ପୁରୀ ସହର ଏବେ ଲୋକାରଣ୍ୟ ହୋଇପଡିଛି । ହବିଷ୍ୟାଳିମାନେ ନିଜ ପରିବାର ପରିଜନଙ୍କୁ ଛା଼ଡି ପୁରୀରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ପୁଣ୍ୟ ଅର୍ଜନ କରିବା ପାଇଁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି । ସକାଳୁ ଉଠି ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବା ଏବଂ ଜଗା ଦର୍ଶନ ଇଏ ଥାଏ ନିଆରା। ତେବେ ସରକାରୀ ଶିବିର ସହ ବିଭିନ୍ନ ମଠବାଡିରେ ରହି ବ୍ରତ କରୁ ଛନ୍ତି ହବିସ୍ୟାଳି।