ନୂଆଦିଲ୍ଲୀ, ୦୨/୧୧ : ରୁଷ-ୟୁକ୍ରେନ୍ ଯୁଦ୍ଧ ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ରୁଷର ଏକ ପ୍ରମୁଖ ତୈଳ ବିଶୋଧନାଗାରକୁ ଟାର୍ଗେଟ୍ କରିଛି ୟୁକ୍ରେନ୍ । ରୁଷର ନିଜ୍ନି ନୋଭଗୋରୋଡ୍ ଅଞ୍ଚଳର କସଟୋଭୋ ଜିଲ୍ଲାରେ ଥିବା ଏହି ତୈଳ ବିଶୋଧନାଗାର ଉପରେ ରାତିସାରା ଡ୍ରୋନ୍ ଆକ୍ରମଣ ହୋଇଥିବା ନେଇ ରୁଷ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ, ୟୁକ୍ରେନର ଏହି ଆକ୍ରମଣକୁ ପଣ୍ଡ କରିବା ପାଇଁ ରୁଷର ବାୟୁ ପ୍ରତିରକ୍ଷା ବାହିନୀ ୧୦୦ରୁ ଅଧିକ ଡ୍ରୋନ୍ ଧ୍ୱଂସ କରିଥିବା ଦାବି କରିଛି ମସ୍କୋ ।