ନୂଆଦିଲ୍ଲୀ, ୨୮/୧୧ : ବ୍ୟାକ୍ ଫୁଟରେ ଟିମ୍ ଇଣ୍ଡିଆ । ଭାରତର ବ୍ୟାଟିଂ ବିପର୍ଯ୍ୟୟ। ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ କରିଛି ମାତ୍ର ୧୧୬ ରନ । ନ୍ୟୁଜିଲାଣ୍ଡଠାରୁ ୨୪୦ ରନ୍ ପଛରେ ଭାରତ । ଫେଲ୍ ମାରିଲେ ଭାରତୀୟ ଟପ୍ ଅର୍ଡର । ଆକାଶ ଦୀପଙ୍କ ୫ ୱିକେଟ୍ କୁ ଫିକା ପକାଇଲେ ବ୍ୟାଟର । ସଙ୍କଟରେ ଭାରତ । ଖ୍ରୀଷ୍ଟଚର୍ଚ୍ଚରେ କିୱି ବୋଲରଙ୍କ ଦବଦବା, ସଅଳ ପଡ଼ିଗଲା ଭାରତର ୬ ୱିକେଟ୍ । ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୫୬ ରନରେ ଅଲ ଆଉଟ୍ ହୋଇଥିଲା । ଆକାଶ ଦୀପ ୯୯ ରନ୍ ଦେଇ ୫ଟି ୱିକେଟ୍ ଅକ୍ତିଆର କରିଥିଲେ। ଡେବ୍ୟୁଟାଣ୍ଟ ଗୁର୍ନୁର ବ୍ରାର୍ ଦୁଇଟି ଏବଂ ଅଂଶୁଲ କାମ୍ବୋଜ ଦିଟଇ ୱିକେଟ ନେଇଥିଲେ । ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ ଜୟସ୍ବାଲ । ପରେ ଶୁଭମନ ଗିଲ୍ ମାତ୍ର ୧୭ ରନ କରି ଆଉଟ ହୋଇଥିଲେ । ଦେବଦତ୍ତ ପାଡିକ୍କଲ୨୧, ଋଷଭ ପନ୍ତ ୨୩ ଏବଂ କେ.ଏଲ୍. ରାହୁଲ ୨୫ ରନ କରି ଆଉଟ ହୋଇଥିଲେ । ଦିନର ଶେଷ ଓଭରରେ ୱାଶିଂଟନ୍ ସୁନ୍ଦର ୧୦ ରନରେ ଆଉଟ୍ ହୋଇଥିଲେ। ଧ୍ରୁବ ଜୁରେଲ୍ ୭ ରନ୍ କରି ଅପରାଜିତ ଅଛନ୍ତି। ନ୍ୟୁଜିଲାଣ୍ଡ ପକ୍ଷରୁ କାଇଲ୍ ଜାମିସନ୍ ଏବଂ ଜାକବ୍ ଡଫି ଦୁଇଟି ଲେଖାଏଁ ୱିକେଟ ନେଇଥିଲେ ।