ବ୍ୟସ୍ତ ନ ହୋଇ ଟ୍ରେନ ଯୋଗେ ଆସନ୍ତୁ ପ୍ରବାସୀ ଓଡିଆ – ପରିବହନ ମନ୍ତ୍ରୀ

ଭୁବନେଶ୍ୱର,୫।୫: ପ୍ରବାସୀଙ୍କୁ ନେଇ ଆସୁଥିବା ବସ ଗୁଡିକର ବାରମ୍ବାର ଦୁର୍ଘଟଣା ପ୍ରସଙ୍ଗରେ ମତ ରଖିଲେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ରାତି ହୋଇଥିବାରୁ ଡ୍ରାଇଭରର ଆଖି ଲାଗିଯାଇଥିଲା l ତେଣୁ ଦୁର୍ଘଟଣା ହୋଇଛି l ଆମେ ପ୍ରବାସୀଙ୍କୁ ନେଇ ଆସୁଥିବା ବାହାର ରାଜ୍ୟର ଗାଡିକୁ ଚେକ ପଏଣ୍ଟରେ ସତର୍କ ଓ ସଚେତନ କରୁଛୁ l ବେପରୁଆ ଗାଡି ଚାଳକ ଉପରେ ଆମେ ନଜର ରଖିବୁ l

ଏହା ସହ ପ୍ରବାସୀ ଓଡ଼ିଆଙ୍କୁ ପରିବହନ ମନ୍ତ୍ରୀ ଗଣମାଧ୍ୟମ ଜରିଆରେ ଅପିଲ କଲେ… ସେମାନେ ବ୍ୟସ୍ତ ବିବ୍ରତ ନ ହୋଇ ଟ୍ରେନ ଯୋଗେ ଆସିବା ପାଇଁ ଚେଷ୍ଟା କରନ୍ତୁ…. ଯଦି ବସରେ ଆସୁଛନ୍ତି ତେବେ ଅଭିଜ୍ଞ ଡ୍ରାଇଭର ଓ ଭଲ ବସ ନେଇ ଆସନ୍ତୁ।